ଅଭିନେତ୍ରୀ ରିମି ବଦଳାଇବେ ପେସା

ଅଭିନେତ୍ରୀ ରିମି ସେନଙ୍କ ବୟସ ଏବେ ଛତିଶ। ୨୦୧୧ରେ ମୁକ୍ତିଲାଭ କରିଥିବା ‘ଶାଗିର୍ଦ’ ପରେ ସେ ଅନ୍ୟ କୌଣସି ଫିଲ୍ମରେ ଅଭିନୟ କରିନାହାନ୍ତି। ଏହା ସତ୍ତ୍ୱେ ସେ ଫିଲ୍ମ ଦୁନିଆରେ ସକ୍ରିୟ। ୨୦୧୬ରେ ସେ ପ୍ରଯୋଜିକା ବନିଥିଲେ। ତାଙ୍କ ପ୍ରଯୋଜନାରେ ନିର୍ମିତ ଫିଲ୍ମର ନାମ ଥିଲା ‘ବୁଧିଆ ସିଂହ: ବନ୍‌ର୍ ଟୁ ରନ୍‌’। ମନୋଜ ବାଜପେୟୀଙ୍କ ଭଳି ତାରକାଙ୍କ ଅଭିନୟ ସତ୍ତ୍ୱେ ଫିଲ୍ମଟି ଭଲ ବ୍ୟବସାୟ କରିପାରି ନ ଥିଲା।

ତେବେ, ତେଷଠିତମ ଜାତୀୟ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର ଲାଭକରିଥିଲା। ଏହି ଫିଲ୍ମର ପ୍ରଯୋଜିକା ଭାବେ ଶୁଭୋମିତ୍ରା ସେନ ନାମ ଦର୍ଶାଯାଇଥିଲା। ଏହା ରିମିଙ୍କ ଭଲ ନାଁ। ପେସା ବଦଳାଇଥିବା ରିମି, ଆଗକୁ ଆଉ ଅଭିନୟ କରିବେନାହିଁ ବୋଲି କହୁଛନ୍ତି। ଏଣିକି ବ୍ୟବସାୟିକ ଫିଲ୍ମ ତିଆରିକୁ ଗୁରୁତ୍ୱ ଦେବେ। ନିର୍ଦେଶନା ବି ଦେବେ। ଏଥି ପାଇଁ ସେ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ରେ ସେ, ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର