ଏହି କାରଣରୁ ଡିଂପଲ କାପାଡ଼ିଆଙ୍କୁ ପ୍ରପୋଜ୍‌ କରିପାରି ନଥିଲେ ଋଷି କପୁର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର ଆଜି ୬୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ଶିଶୁ କଳାକାର ଭାବେ ସୋ’ମ୍ୟାନ୍‌ ରାଜ କପୁର ଙ୍କ ଫିଲ୍ମ ‘ମେରା ନାମ୍‌ ଜୋକର୍‌’ ରେ ଚର୍ଚ୍ଚାକୁ ଆସିଥିଲେ।ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ। ବହୁ ହିଟ୍‌ ସୁପରହିଟ୍‌ ସିନେମାରେ କାମ କରିଛନ୍ତି ଋଷି କପୁର।
ଋଷି କପୁରଙ୍କୁ ହିରୋ ଭାବେ ପ୍ରଥମେ ରାଜ କପୁରଙ୍କ ବ୍ଲବଷ୍ଟର ମୁଭି ‘ବବି’ରେ ଦେଖିବାକୁ ମିଳିଥିଲା। ଏଥିରେ ଡିଂପଲ କପାଡ଼ିଆ ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଋଷି କପୁର ନାୟିକା ଡିଂପଲ କାପାଡ଼ିଆଙ୍କୁ ଭଲ ପାଇ ବସିଥିଲେ। ସେତେବେଳେ ସେ ଦୁହେଁ ଥିଲେ ଟିନ୍‌ଏଜର୍‌।

ଋଷି କପୁର ଡିଂପଲଙ୍କୁ ପ୍ରପୋଜ୍‌ କରିବାକୁ ଠିକ୍‌ କରିଥିଲେ। ହେଲେ ସେହି ସାହସ ତାଙ୍କର ନଥିଲା। କାରଣ ପିତା ରାଜ କପୁର ଖୁବ୍‌ ଶୃଙ୍ଖଳିତ ଥିଲେ। ସେତେବେଳେ ଋଷି କପୁର ପିତାଙ୍କ ବିରୁଦ୍ଧରେ ନ ଯାଇ ନୀରବ ରହିଥିଲେ। ଏଣୁ ସେ ଡିଂପଲ କାପାଡ଼ିଆଙ୍କୁ ପ୍ରପୋଜ୍‌ କରି ପାରି ନଥିଲେ, କି ମନକଥା ଖୋଲି କରି କହି ପାରି ନଥିଲେ।
ତେଣେ ଡିଂପଲ କାପାଡ଼ିଆ ବି ‘ବବି’ ରିଲିଜ୍‌ ହେବା ଆଗରୁ ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ବିବାହ କରିଲେ। ଏଣୁ ଋଷି କପୁର ଓ ଡିଂପଲ କାପାଡିଆଙ୍କର ପ୍ରେମ କାହାଣୀ ଅଧୁରା ରହିଗଲା। ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଲା କି ନୀତୁ ସିଂହ ଚାହୁଁଥିଲେ କି ଫିଲ୍ମ ‘ବବି’ରେ ସେ ହିଁ ଋଷିଙ୍କ ନାୟିକା ବନିବେ, କିନ୍ତୁ ଡ଼ିପଂଲ କାପାଡିଆ ବାଜି ମାରି ନେଇଥିଲେ।


ଏହାପରେ ଋଷି କପୁର ନୀତୁ ସିଂହଙ୍କ ପ୍ରେମରେ ପଡ଼ିଥିଲେ। ମାତ୍ର ୧୪ ବର୍ଷ ବୟସରେ ନୀତୁ ଋଷିଙ୍କୁ ହେଟ୍‌ କରିବା ଆରମ୍ଭ କରିଥିଲେ। କ୍ଷୀରେ କ୍ଷୀରେ ଦୁହିଁଙ୍କର ରୋମାନ୍ସର ଚର୍ଚ୍ଚା ଜୋର୍‌ ଧରିଥିଲା। ଫିଲ୍ମ ‘ଖେଲ୍‌ ଖେଲ ମେଁ’ ରିଲିଜ୍‌ ହେବା ପରେ ସେ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର