ପରଦା, ମଦ ଦୋକାନ ଖୋଲିବାକୁ ଟ୍ବିଟ୍‌ କଲେ ଋଷି କପୁର

ସୋସିଆଲ ମିଡିଆ‌ରେ ବେଶ୍‌ ସକ୍ରିୟ ରହୁଥିବା ବଲିଉଡ୍‌ ଅଭିନେତା ଋଷି କପୁରଙ୍କର ଆଜି ଏକ ଲେଖା ବେଶ୍ ଚର୍ଚ୍ଚିତ ହୋଇଛି। ଏଥିପାଇଁ ତାଙ୍କୁ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ବାରା ଟ୍ରୋଲ୍‌ର ଶିକାର ହେବାକୁ ମଧ୍ୟ ପଡ଼ିଛି। ସେ ଟ୍ବିଟ୍‌ କରିଛନ୍ତି ଯେ, ଲକ୍‌ଡାଉନ ସମୟରେ ସରକାର ଲାଇସେନ୍‌ସ ପ୍ରାପ୍ତ ମଦ ଦୋକାନକୁ ସନ୍ଧ୍ୟାରେ କିଛି ସମୟ ପାଇଁ ଖୋଲିବା ଦରକାର। ତେବେ ମତେ ଆପଣମାନେ ଭୁଲ ବୁଝନ୍ତୁ ନାହିଁ। ଘରେ ଲୋକେ ରହିଥିବା ବେଳେ ଚାରି ଆଡ଼େ ଡିପ୍ରେସନ ଓ ଅନିଶ୍ଚିତତା। ପୁଲିସ, ଡାକ୍ତର ଓ ନାଗିରକଙ୍କୁ ଏହା କିଛିଟା ଆଶ୍ବସ୍ତ କରିବ ବୋଲି ସେ କହିଛନ୍ତି। ସେ ଏକଥା ବି ଲେଖିଛନ୍ତି ବ୍ଲା‌କ୍‌ରେ ତ ମଦ ବିକ୍ରି ହେଉଛି। ପୁଣି ଦ୍ବିତୀୟରେ ଲେଖିଛନ୍ତି ଯେ, ଏଥିରୁ ସରକାରଙ୍କର ଭଲ ରାଜସ୍ବ ବି ଆସୁଛି। ଆଉ ଏ ସମୟରେ ରାଜସ୍ବର ବହୁତ ଆବଶ୍ୟକତା ରହିଛି। ତେବେ ଏହା ତାଙ୍କ ନିଜସ୍ବ ମତ ବୋଲି ମଧ୍ୟ ସେ ଲେଖିଛନ୍ତି। ଏହି ଟ୍ବିଟ୍‌ ପରେ କିନ୍ତୁ ଋଷି କପୁରଙ୍କ କିଛି ପ୍ରଶଂସକ ଏହା ଘାତକ ଚିନ୍ତା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର