‘ଶଙ୍ଖା ସିନ୍ଦୁର’ପରେ ଏହି ଟେଲି ତାରକା ଆସୁଛନ୍ତି ଆଉ ଏକ ମେଗା ଧାରାବାହିକରେ

ଭୁବନେଶ୍ୱର: ଓଲିଉଡରେ ତାଙ୍କର ଏଯାବତ୍‌ ଗୋଟିଏ ବି ସିନେମା ରିଲିଜ୍‌ ହୋଇ ନାହିଁ କିନ୍ତୁ ଛୋଟ ପରଦାର ସେ ଜଣେ ଲୋକପ୍ରିୟ ନାୟକ । ତାଙ୍କ କ୍ଷେତ୍ରରେ କିଛି ନୂଆ କଥା ଘଟିଛି । ଏଠାରେ ଯେଉଁ ନାୟକଙ୍କ କଥା କୁହାଯାଉଛି ସେ ହେଲେ ଋଷି । ଏହି ନାୟକଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି ତରଙ୍ଗ ଚାନେଲରେ ପ୍ରସାରିତ ମେଗା ଧାରାବାହିକ ‘ଶଙ୍ଖା ସିନ୍ଦୁର’ରେ । ଏଥିରେ ଋଷିଙ୍କ ବିପକ୍ଷରେ ନଜର ଆସିଥିଲେ ସୁଲଗ୍ନା। ତାଙ୍କୁ ଦର୍ଶକ ଖୁବ୍‌ ଶୀଘ୍ର ଆଉ ଏକ ମେଗା ଧାରାବାହିକରେ ନାୟକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଏହା ହେଲା ‘ତୋ’ ପାଇଁ ମୁଁ’। ଏଥିରେ ନାୟିକା ଭୂମିକାରେ ନଜର ଆସିବେ ଦେବସ୍ମିତା । ଏହା ଜି ସାର୍ଥକ ଚାନେଲରେ ପ୍ରସାରିତ ହେବ।

ଠିକ୍‌ ସେହିପରି ସେ ଏକ ସିନେମାରେ ବି ନାୟକ ଭୂମିକାରେ ଆସୁଛନ୍ତି ସେ। ଯେଉଁ ସିନେମାରେ ଋଷିଙ୍କୁ ଖୁବ୍‌ ଶୀଘ୍ର ନାୟକ ଭୂମିକାରେ ଦେଖିବାକୁ ପାଇବେ ତାହା ହେଲା ତୋର ମୋର ପ୍ରେମ କାହାଣୀ । ଏଥିରେ ତାଙ୍କ ଚରିତ୍ରଟି ଏପରି ଯେ ତାଙ୍କୁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଆଉ ଜଣଙ୍କୁ ବାହା ହେବାକୁ ପଡ଼ୁଛି । ତେବେ ତାଙ୍କ ସ୍ତ୍ରୀଙ୍କର କେମିତ ନିଧନ ହେଲା ଏବଂ ଦ୍ୱିତୀୟ ବିବାହ କାହିଁକି କରିବାକୁ ପଡ଼ିଲା ତାହା ତୋର ମୋର ପ୍ରେମ କାହାଣୀ ରିଲିଜ୍‌ ହେବାପରେ ଆପଣମାନେ ଜାଣି ପାରିବେ । ତେବେ ଏତିକି ଜଣାଇ ଦିଆଯାଇପାରେ ଯେ ଏହି ସିନେମାରେ ଋଷିଙ୍କ ବିପକ୍ଷରେ ଜଣାଶୁଣା ଟେଲି ନାୟିକା ଲୀନା ଏବଂ ପ୍ରଜ୍ଞା ଅଛନ୍ତି । ଆଉ ଏ ଦୁହିଁଙ୍କ ମଧ୍ୟରୁ କିଏ ପ୍ରଥମ ଓ କିଏ ଦ୍ୱତୀୟ ପତ୍ନୀ ତାହା ମଧ୍ୟ ତୋର ମୋର ପ୍ରେମ କାହାଣୀ ରିଲିଜ୍‌ ହେବାପରେ ଆପଣମାନେ ଜାଣି ପାରିବେ ।

ସମ୍ବନ୍ଧିତ ଖବର