ମୃତ୍ୟୁ ପୂର୍ବରୁ ପାକିସ୍ତାନ ଯିବାକୁ ଚାହୁଁଛନ୍ତି ଋଷି କପୁର

ମୁମ୍ବାଇ: ବଲିଉଡର ବରିଷ୍ଠ କଳାକାର ଋଷି କପୁରଙ୍କର ବୟସ ଏବେ ୬୫ ବର୍ଷ ହେଲା। ସେ ମୃତ୍ୟୁ ପୂର୍ବରୁ ପାକିସ୍ତାନ ଯିବାକୁ ଚାହୁଁଥିବା କଥା ଟ୍ଵିଟର ଯୋଗେ ଜଣାଇଛନ୍ତି। ଋଷି କପୁର କହିଛନ୍ତି ଯେ ସେ ଚାହାଁନ୍ତି ତାଙ୍କ ପିଲାମାନେ ସେମାନଙ୍କର ଜଡ଼ ଦେଖନ୍ତୁ। ପାକିସ୍ତାନର ପେଶାଓ୍ଵରଠାରେ ଦୀଓ୍ଵାନ୍‌ ବଶେଶ୍ୱରନାଥ ଋଷି କପୁରଙ୍କର ପ୍ରପିତାମହ ଦୀଓ୍ଵାନ୍‌ ବଶେଶ୍ୱରନାଥଙ୍କର ପୈତୃକ ଘର ରହିଛି। ଭାରତ-ପାକ୍‌ ବିଭାଜନପରେ ଋଷି କପୁରଙ୍କର ପିତାମହ ପୃଥ୍ଵୀରାଜ କପୁର ଭାରତକୁ ଚାଲି ଆସିଥିଲେ। ସେ ହେଉଛନ୍ତି କପୁର ଖାନଦାନର ପ୍ରଥମ ଲୋକ ଯିଏ ସିନେମା କ୍ଷେତ୍ରକୁ ଆସିଥିଲେ।

କିଛି ଦିନତଳେ ଋଷି କପୁର ଫାରୁକ୍‌ ଅବଦୁଲ୍ଲାଙ୍କର ବିବାଦିତ ବୟାନକୁ ସମର୍ଥନ ଜଣାଇ ଚର୍ଚ୍ଚାକୁ ଆସିଥିଲେ, ଯେଉଁଥିରେ ଫାରୁକ୍‌ କହିଥିଲେ ଯେ ଜାମ୍ମୁ-କାଶ୍ମୀର ଆମର ଏବଂ ପିଓକେ ହେଉଛି ପାକିସ୍ତାନର।ଏଠାରେ ସୂଚନାଯୋଗ୍ୟ ଯେ ଋିଷିଙ୍କ ପୁତ୍ର ରଣବୀର କପୁର ଏବେକାର ଜଣେ ଲୋକପ୍ରିୟ ନାୟକ।

 

ସମ୍ବନ୍ଧିତ ଖବର