‘ରାଇଜିଙ୍ଗ ଷ୍ଟାର-୨’ର ବିଜେତା ହେଲେ ହେମନ୍ତ ବ୍ରିଜବାସୀ

ନୂଆଦିଲ୍ଲୀ : ଦେଶର ପ୍ରଥମ ଲାଇଭ ସୋ’ ଭାବେ ପରିଚିତ ରାଇଜିଙ୍ଗ ଷ୍ଟାରର ଦ୍ୱିତୀୟ ସଂସ୍କରଣର ବିଜେତା ଘୋଷଣା କରାଯାଇଛି। ସଂଗୀତଭିତ୍ତିକ ଏହି ରିଆଲି ସୋ’ରେ ବିଜେତା ସାଜିଛନ୍ତି ମଥୁରାର ହେମନ୍ତ ବ୍ରିଜବାସୀ । ଏହା ପୂର୍ବରୁ ମଧ୍ୟ ହେମନ୍ତ ପ୍ରାୟ ୯ ବର୍ଷ ପୂର୍ବେ ଜିଟିଭି ସୋ’ ସାରେଗାମାପା ଲିଟିଲ ଚାମ୍ପସ୍‌ର ବିଜେତା ହୋଇ ସାରିଛନ୍ତି । ତେବେ ଏହି ରିଆଲିଟି ସୋ’ରେ ଓଡ଼ିଆ ଗାୟକ ଶଶାଙ୍କ ଶେଖର ଭାଗ ନେଇଥିଲେ ମଧ୍ୟ ବିଜୟୀ ହେବାର ସ୍ୱାଦ ଚାଖି ପାରି ନଥିଲେ ।

ଗତ ରବିବାର ଦିନ ରିଆଲିଟି ସୋ’ର ଫାଇନାଲରେ ସୋଚ କି ଦିଓ୍ଵାର ଉଠାଇ ବିଜେତା ହୋଇଛନ୍ତି ହେମନ୍ତ। ତାଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ହେମନ୍ତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପଞ୍ଜାବର ରୋହନପ୍ରୀତ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି କେରଳର ବଷ୍ଣୁମୟ ରମେଶ । ହେମନ୍ତ ପ୍ରଥମ ଥର ପାଇଁ କୌଣସି ରିଆଲିଟି ସୋ’ରେ ଭାଗ ନେଉ ନାହାନ୍ତି, ସେ ଏହା ପୂର୍ବରୁ ଇଣ୍ଡିଆର ଗଟ ଟ୍ୟାଲେଣ୍ଟ ଏବଂ ଜୋ ଜିତା ଓ୍ଵହି ସିକନ୍ଦର ଆଦି ରିଆଲିଟି ସୋ’ରେ ପ୍ରତିଯୋଗୀ ରହିସାରିଛନ୍ତି ।

ସମ୍ବନ୍ଧିତ ଖବର