ସାର୍ବଜନୀନ ହେଲା ରିତ୍ୱିକ୍‌ଙ୍କ ପୁଲିସ୍‌ କଂପ୍ଲେନ୍‌ ! ମନ ଖୋଲିି ଲେଖିଥିଲେ କଙ୍ଗନାଙ୍କ କାରନାମା!

ମୁମ୍ବାଇ : ବଲିଉଡ୍‍ ଆକ୍ଟର୍‌ ରିତ୍ୱିକ୍‌ ରୋଶନ୍‌ ଏବଂ ବଲିଉଡ଼୍‍ର କୁଇନ୍‌ କଙ୍ଗନା ରନାଓ୍ଵତ୍‌ଙ୍କ ମଧ୍ୟରେ ହୋଇଥିବା ବିବାଦ ଏବେ ଏକ ନୂଆ ରୂପ ନେଇଛି। ତେବେ ଏହି ନିକଟରେ କଙ୍ଗନା ତାଙ୍କର ଏକ ଇଣ୍ଟରଭ୍ୟୁ ଜରିଆରେ ଅଭିନେତା ରିତ୍ୱିକ୍‌ଙ୍କୁ ସମାଲୋଚନା କରି ଅନେକ କଥା କହିଥିବାବେଳେ, ତାଙ୍କ ଓ ରିତ୍ୱିକ୍‌ଙ୍କ ମଧ୍ୟରେ ହୋଇଥିବା ବିବାଦରେ ଏବେ ପୂର୍ଣ୍ଣଛେଦ ପଡ଼ିଛି ବୋଲି ସେ ଗଣମାଧ୍ୟମକୁ କହିଥିଲେ।।ହେଲେ ଏବେ ଏକ ଘରୋଇ ଟିଭି ଚ୍ୟାନେଲ୍‌ ପକ୍ଷରୁ ଏଭଳି ଏକ ଖୁଲାସା ହୋଇଛି,ଯାହାକୁ ଶୁଣିଲାପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଥିରେ କି ରିତ୍ୱିକ୍‌-କଙ୍ଗନାଙ୍କ ମଧ୍ୟରେ ଚାଲିଥିବା କେସ୍‌ ଏ ପର୍ଯ୍ୟନ୍ତ ଜାରି ରହିଛି ବୋଲି ଜଣାପଡ଼ିଛି।

ସୂତ୍ର ଅନୁଯାୟୀ,ଉକ୍ତ ଟିଭି ଚ୍ୟାନେଲ୍‌ରେ ରିତ୍ୱିକ୍‌ ଓ କଙ୍ଗନାଙ୍କ ମଧ୍ୟରେ ହୋଇଥିବା ବିବାଦ ଏବେ ପର୍ଯ୍ୟନ୍ତ ଚାଲିବା ସହିତ ରିତ୍ୱିକ୍‌ କଙ୍ଗନାଙ୍କ ବିରୋଧରେ ଲିଖିତ ଆକାରରେ ଦେଇଥିବା ୨୯ ପୃଷ୍ଠାର ଯାଚିକାକୁ ସାର୍ବଜନୀନ କରାଯାଇଛି। ଯେଉଁଥିରେ କି କଙ୍ଗନା ରିତ୍ୱିକ୍‌ଙ୍କୁ ସେକ୍ସୁଆଲ୍‌ ମେଲ୍‌ କରୁଥିବା ଲେଖାଯାଇଛି।ଏଥିସହିତ କଙ୍ଗନା ରିତ୍ୱିକଙ୍କୁ ପିଛା କରୁଥିବା,ରିତ୍ୱିକଙ୍କୁ ନିଜେ ନିଜର ଇଣ୍ଟରନାଲ୍‌ ଲଭର୍‌ କହୁଥିବା କଥା ମଧ୍ୟ ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି। ତେବେ ପ୍ରଥମେ ପ୍ରଥମେ ରିତ୍ୱିକ୍‌ କଙ୍ଗନାଙ୍କ ଏପରି କାଣ୍ଡକୁ ଅଣଦେଖା କରୁଥିଲେ ବି ,ପରେ ତାଙ୍କ ମେଲ୍‌କୁ ବାରମ୍ବାର ସେକ୍ସୁଆଲ୍‌ ମେସେଜ୍‌ ଆସିବା ପରେ ସେ ପୁଲିସ୍‌ କଂପ୍ଲେନ୍‌ ଦେବାକୁ ଉଚିତ୍‌ ମନେକରିଥିବା କଥାକୁ ସେ ତାଙ୍କ ଅଭିଯୋଗରେ ଜଣାଇଛନ୍ତି।

ବହୁଦିନରୁ ଚୁପ୍‌ ରହିଥିବା ଅଭିନେତା ରିତ୍ୱିକ୍‌ ରୋଶନ୍‌ଙ୍କ ତରଫରୁ ପ୍ରଥମଥର କରି ପ୍ରତିକ୍ରିୟା ଆସିଛି। ଆପଣଙ୍କ ଲାଗି ଜଣାଉଛୁ କି କଙ୍ଗନା ଏବଂ ରିତ୍ୱିକ୍‌ଙ୍କ ମଧ୍ୟରେ ହୋଇଥିବା ବିବାଦର ଆରମ୍ଭ ସେତିକିବେଳେ ହୋଇଥିଲା ଯେତେବେଳେ କି କଙ୍ଗନା ତାଙ୍କର ଏକ ଫିଲ୍ମ ପ୍ରମୋସନ୍‌ ପାଇଁ ଦେଇଥିବା ଇଣ୍ଟରଭ୍ୟୁରେ ରିତ୍ୱିକ୍‌ଙ୍କୁ ‘ସିଲ୍ଲୀ ଏକ୍ସ’ ନାମରେ ଡ଼ାକିଥିଲେ। ଏହାପରେ ଉଭୟ ଉଭୟଙ୍କୁ ଲିଗାଲ୍‌ ନୋଟିସ୍‌ ଜାରି କଲେ ।

ଏହି ଅଭିଯୋଗ ଅନୁଯାୟୀ, ରିତ୍ୱିକ୍‌ ଏବଂ କଙ୍ଗନା ପ୍ରଥମଥର ଲାଗି୨୦୦୯ରେ ଉଭୟ ଉଭୟଙ୍କୁ ଫିଲ୍ମ ‘କାଇଟ୍‌ସ’ ଜରିଆରେ ଭେଟିଥିବା କଥା କୁହାଯାଇଛି ।ଏଥିସହିତ ପରେ ଏହି ଯୋଡ଼ିଙ୍କୁ ଶେଷଥର ଲାଗି ଫିଲ୍ମ ‘କ୍ରିଶ୍‌-୩’ରେ ଦେଖିବାକୁ ମିଳିଥିଲା। ହେଲେ ଏହାପରେ ଅଭିନେତ୍ରୀ କଙ୍ଗନା ରିତ୍ୱିକ୍‌ଙ୍କ ସହିତ ତାଙ୍କର ଲଭ୍‌ ଆଫେୟାର୍ସ ରହିଥିବା କଥାକୁ ଆରମ୍ଭ କରିଥିଲେ।ଏଥିସହିତ ରିତ୍ୱିକ୍‌ ତାଙ୍କ କଂପ୍ଲେନ୍‌ରେ ଏହା ମଧ୍ୟ ଲେଖିଛନ୍ତି, କିଭଳି କଙ୍ଗନା ତାଙ୍କୁ ‘ ସିଲୀ ଏକ୍ସ’ନାମରେ ଡ଼ାକୁଥିଲେ।

ତେବେ ଆପଣଙ୍କ ସୂଚନା ପାଇଁ ଜଣାଉଛୁ ଯେ, କଙ୍ଗନା ଏବଂ ରିତ୍ୱିକ୍‌ଙ୍କ ମଧ୍ୟରେ ଲାଗି ରହିଥିବା ବିବାଦଟି କିଛି ଦିନ ହେବ ଥଣ୍ଡା ପଡ଼ିଥିବାବେଳେ,ଏହି ମାମଲାରେ କଙ୍ଗନା ତାଙ୍କର ଏକ ସାକ୍ଷାତକାରରେ ରିତ୍ୱିକ୍‌ଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ହେଲେ ବହୁଦିନରୁ ଚୁପ୍‌ ରହିଥିବା ଅଭିନେତା ରିତ୍ୱିକ୍‌ ରୋଶନ୍‌ଙ୍କ ତରଫରୁ ପ୍ରଥମଥର କରି ପ୍ରତିକ୍ରିୟା ଆସିଛି। ଆପଣଙ୍କ ଲାଗି ଜଣାଉଛୁ କି କଙ୍ଗନା ଏବଂ ରିତ୍ୱିକ୍‌ଙ୍କ ମଧ୍ୟରେ ହୋଇଥିବା ବିବାଦର ଆରମ୍ଭ ସେତିକିବେଳେ ହୋଇଥିଲା ଯେତେବେଳେ କି କଙ୍ଗନା ତାଙ୍କର ଏକ ଫିଲ୍ମ ପ୍ରମୋସନ୍‌ ପାଇଁ ଦେଇଥିବା ଇଣ୍ଟରଭ୍ୟୁରେ ରିତ୍ୱିକ୍‌ଙ୍କୁ ‘ସିଲ୍ଲୀ ଏକ୍ସ’ ନାମରେ ଡ଼ାକିଥିଲେ। ଏହାପରେ ଉଭୟ ଉଭୟଙ୍କୁ ଲିଗାଲ୍‌ ନୋଟିସ୍‌ ଜାରି କଲେ ।

ସମ୍ବନ୍ଧିତ ଖବର