ପିତା ବନିବାକୁ ଚାହୁଁଛନ୍ତି ଅର୍ଜୁନ କପୁର !

0

ନୂଆଦିଲ୍ଲୀ: ଡ୍ୟାନସର, ଆକ୍‌ଟ୍ରେସ୍‌ ଓ ମଡେଲ ମଲାଇକା ଅରୋଡାଙ୍କ ସହିତ ରିଲେସନ୍‌ସିପ୍‌ ଓ ବିବାହ ଖବରକୁ ନେଇ ଲାଇମ୍‌ଲାଇଟ୍‌ରେ ଥିବା ଅଭିନେତା ଅର୍ଜୁନ କପୁରଙ୍କ ଏକ ବୟାନ ପୁଣି ଚର୍ଚ୍ଚାରେ ରହିଛି। ‘ପାନିପତ’ ଓ ‘ଇଣ୍ଡିୟାଜ ମୋଷ୍ଟ ଓ୍ଵାଣ୍ଟେଡ’ର ସୁଟିଂ ସମୟରେ ଅର୍ଜୁନ ପିତା ବନିବାର ଇଚ୍ଛା ପ୍ରକାଶ କରିଥିବା ଶୁଣିବାକୁ ମିଳିଛି।

ଅର୍ଜୁନ କହିଛନ୍ତି, ସେ ଏବେ ୩୩ବର୍ଷର ହୋଇସାରିଛନ୍ତି। ଏବେ ସେ ପିତା ବନିବାକୁ ଚାହାନ୍ତି। ତେବେ ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେଣି, ତେବେ ଆସନ୍ତୁ ଜାଣିବା ପୂରା ଘଟଣା…

zeenews

ଅର୍ଜୁନ କପୁର ୨୦୧୨ରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଭିନୀତ ସିନେମା ‘ଇସ୍‌କଯାଦେ’ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଭଲଭଲ ସିନେମାରେ ଅଭିନୟ କରିଥିବା ନଜର ଆସିଛନ୍ତି। କିନ୍ତୁ ଏବେ ସେ କିଛି ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ମୋତେ ଏବେ ୩୩ପ୍ଲସ୍‌। ତେଣୁ ପରଦାରେ ଜଣେ ପିତା, ଜଣେ ଖଳନାୟକ ଓ ଜଣେ ଗ୍ୟାଙ୍ଗଷ୍ଟାର ଭଳି ଗମ୍ଭୀର ଚିରତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.