ଗୋଟେ କପ କଫି ଓ ଚା’ ପାଇଁ ୭୮,୬୫୦ଟଙ୍କା ଗଣିଲେ କମେଡିଆନ୍‌ କିକୁ ସାର୍‌ଦା!

ନୂଆଦିଲ୍ଲୀ : ଏବେ ହାସ୍ୟ ଅଭିନେତା କିକୁ ସାର୍‌ଦା ବାଲିରେ ଛୁଟି କଟାଉଛନ୍ତି । ତେବେ ତାଙ୍କୁ ଏହି ଛୁଟି  ମହଙ୍ଗା ପଡ଼ିଥିବା ଜଣା ପଡ଼ିଛି । କାରଣ ଗୋଟେ କପ୍‌ କଫି ଓ ଗୋଟେ କପ୍‌ ଚା’ ପାଇଁ ତାଙ୍କୁ ୭୮,୬୫୦ଟଙ୍କା ଦେବାକୁ ପଡ଼ିଛି । ବିଲ୍‌ର ଫଟୋ ଟୁଇଟ୍‌ କରି ଏ ବିଷୟରେ ଜଣାଇଛନ୍ତି କିକୁ ସାର୍‌ଦା । ତେବେ ଏତେ ଟଙ୍କାର ବିଲ୍‌ ପାଇ ମଧ୍ୟ ହୋଟେଲ ବିରୋଧରେ କୌଣସି ଅଭିଯୋଗ କରି ନାହାନ୍ତି କିକୁ । ଏହାର କାରଣ ହେଉଛି ଇଣ୍ଡୋନେସିଆନ୍‌ ମୁଦ୍ରାରେ ୭୮,୬୫୦ଟଙ୍କା, ଯାହା ଭାରତୀୟ ମୁଦ୍ରାରେ ମାତ୍ର ୪୦୦ଟଙ୍କା ହେବ ବୋଲି ଜଣା ପଡ଼ିଛି ।

କିଛି ମାସ ତଳେ ବଲିଉଡ୍‌ ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ର ଏକ ହୋଟେଲ ଉପରେ ଦୁଇଟି କଦଳୀକୁ ୪୪୨ଟଙ୍କା ନେଉଥିବା ନେଇ ଅଭିଯୋଗ ଆଣିଥିଲେ । ଯାହା ପରେ ହୋଟେଲକୁ ୨୫,୦୦୦ଟଙ୍କାର ଜରିମାନା ଦେବାକୁ ପଡ଼ିଥିଲା ।

ସମ୍ବନ୍ଧିତ ଖବର