‘ରକଷ୍ଟାର୍‌’ ପାର୍ଟନରଙ୍କ ସହ ରୋମାନସ୍‌ କରୁଛନ୍ତି ଏହି ଓଲିଉଡ ନାୟିକା

ଭୁବନେଶ୍ୱର: ଓଲିଉଡର ଜଣେ ଲୋକପ୍ରିୟ ନାୟିକା ଅନେକ ଦିନପରେ ଏ ବର୍ଷ ପରଦାକୁ ଫେରିବେ।ତାଙ୍କ ହାତରେ ରହିଛି ଦୁଇଟି ସିନେମା। ଏଥିମଧ୍ୟରୁ ଗୋଟିଏ ହେଲା ‘ଫୋର୍‌ ଇଡିଅଟସ୍‌’। ଅନ୍ୟ ଯେଉଁ ସିନେମା କଥା କୁହାଯାଉଛି ସେଥିରେ ତାଙ୍କର ଜଣେ ପୁରୁଣା ପାର୍ଟନରଙ୍କ ସହ ରୋମାନସ୍‌ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏଠାରେ ଯାହା କୁହାଯାଉଛି ତାହା ବାସ୍ତବ ଜୀବନର କଥା ନୁହେଁ । ତେବେ ଏହି ନାୟିକାଜଣକ କିଏ ଏବଂ ତାଙ୍କର ପୁରୁଣା ପାର୍ଟନର କିଏ ବୋଲି ମଧ୍ୟ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ।

ନାୟିକାଜଣକ ହେଲେ ପୁନମ୍‌ ମିଶ୍ର । ସେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ସିନେମା‘ ବାଇଶି ପାହାଚେ ଖେଳିବ ମୀନ’ ଜରିଆରେ ସିନେ ଜଗତକୁ ଆସିଥିଲେ । ଏଥିରେ ତାଙ୍କର ନାୟକ ଥିଲେ ନବାଗତ ଲଳିତ । ତାପରେ ତାଙ୍କୁ ଦେଖିବାକୁ ମିଳିଥିଲା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ସିନେମା‘ଲଭମାଷ୍ଟର’ରେ । ଏଥିରେ ତାଙ୍କୁ ପ୍ରଥମ ଥରଲାଗି ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା । ତାପରେ ପୁନମ୍‌ ନାୟକ ବୁଲୁଙ୍କ ସହ ରୋମାନସ୍‌ କରିଥିଲେ ଫିଲ୍ମ‘ରକଷ୍ଟାର୍‌’ରେ ।

ଏବେ ଆପଣମାନେ ଭାବୁ ଥାଇପାରନ୍ତି ଯେ ଏମାନଙ୍କ ମଧ୍ୟରୁ କାହା ସହ ପୁଣି ରୋମାନସ୍‌ କରୁଛନ୍ତି ପୁନମ୍‌ । ହଁ ସେହି ପୁରୁଣା ପାର୍ଟନରଜଣକ ହେଲେ ବୁଲୁ ଯାହାଙ୍କ ସହ ପୁନମ୍‌ ପୁଣି ଥରେ ରୋମାନସ୍‌ କରୁଛନ୍ତି । ପୁନମ୍‌-ବୁଲୁଙ୍କ ଯୋଡ଼ି ପୁଣି ଥରେ ନଜର ଆସିବେ ମନୋରଞ୍ଜନ ପାଲ୍‌ଙ୍କ ନିର୍ଦ୍ଦେଶିତ ସିନେମା ‘ଫେସବୁକ୍‌’ରେ । ପ୍ରଥମ ଥର ଭଳି ଦ୍ୱିତୀୟ ଥର ଏହି ଯୋଡି ସଫଳ ହେଉଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର