ସାରାଙ୍କ ସଂପର୍କରେ ଏହି ରାଜ୍‌ ଖୋଲିଲେ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ, ଅନେକ ଅନୁରୋଧ ପରେ ମିଳିଲା ଚଳଚ୍ଚିତ୍ର

ମୁମ୍ବାଇ : ଫିଲ୍ମ ‘ସିମ୍ବା’ ଏବେ ରିଲିଜ୍‌ ହୋଇ ସାରିଥିବା ବେଳେ ପୂରା ଦେଶରେ ଏହା ଏବେ ଧମାଲ କରିବା ଆରମ୍ଭ କରିଛି । ଏହି ଫିଲ୍ମରେ ମୂଖ୍ୟ ଭୂମିକାରେ ଅଭିନେତା ରଣବୀର ସିଂହଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କୁ ଦେଖିବାକୁ ମିଳିଛି । ଫିଲ୍ମ ପୂର୍ବରୁ ପୂରା ଷ୍ଟାର୍‌କାଷ୍ଟ ଫିଲ୍ମକୁ ନେଇ ଅନେକ ପ୍ରମୋସନ କରିଥିବା ବେଳେ କପିଲ ଶର୍ମାଙ୍କ ନୂଆ କମେଡି ସୋ’ରେ ମଧ୍ୟ ପହଞ୍ଚିଥିଲେ ଅଭିନେତା ରଣବୀର ସିଂହ, ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ । ଏଠାରେ ରୋହିତ୍‌ ସାରାଙ୍କୁ ନେଇ ଏକ ରାଜ୍‌ର ଖୁଲାସା କରିଛନ୍ତି, ଯାହା ଏବେ ଚର୍ଚ୍ଚା ପାଲଟିଛି।

Bollywoodtimes

ରୋହିତ୍‌ ସେଟ୍ଟୀ କହିଛନ୍ତି, ‘ଫିଲ୍ମରେ କାହାକୁ ନେବି ବୋଲି ଭାବିନଥିବା ବେଳେ ସାରା ମୋତେ ଆରମ୍ଭରୁ ତାଙ୍କୁ ନେବା ପାଇଁ ଅନୁରୋଧ କରି ଆସୁଥିଲେ । ଅନେକ ଥର ମେସେଜ୍‌ ପଠାଇ ସେ ମୋତେ ଅନୁରୋଧ କରିଥିଲେ। କିନ୍ତୁ ମୁଁ ତାଙ୍କ ମେସେଜ୍‌ର କୌଣସି ପ୍ରତିକ୍ରିୟା ରଖିନଥିଲି । ଯାହା ପରେ ସେ ମୋ ଅଫିସକୁ ଆସି ମୋତେ ବାରମ୍ବାର ଅନୁରୋଧ କରିବାକୁ ଲାଗିଲେ। ପରେ ସାରାଙ୍କ ସହ କଥା ହେବା ପରେ ‘ସିମ୍ବା’ ପାଇଁ ସେ ହିଁ ଠିକ୍‌ ବୋଲି ମୁଁ ଭାବିଥିଲି । ଯାହା ପରେ ତାଙ୍କୁ ଫିଲ୍ମରେ ସୁଯୋଗ ମିଳିଥିଲା।’

ସମ୍ବନ୍ଧିତ ଖବର