ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ୬ଟଙ୍କା ନେଇ ମୁମ୍ବାଇ ଆସିଥିଲେ ରୋନିତ୍‌ ରଏ, ହୋଟେଲରେ ବାସନ ମାଜି ଗୁଜୁରାଣ ମେଣ୍ଟାଉ ଥିଲେ

ମୁମ୍ବାଇ : ପ୍ରତି ଘରେ ମିଷ୍ଟର ବଜାଜ୍‌ ନାମରେ ପରିଚିତ ରୋନିତ୍‌ ରଏ ଅକ୍ଟୋବର ୧୧ରେ ନିଜର ଜନ୍ମଦିନ ପାଳନ କରିଥାନ୍ତି । କେବଳ ଛୋଟ ପରଦାରେ ନୁହେଁ ବରଂ ବଡ଼ ପରଦାରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ରୋନିତ୍‌ । କିନ୍ତୁ ରୋନିତ୍‌ଙ୍କ ପାଇଁ ସଫଳତାର ଏହି ରାସ୍ତା ସହଜ ନ ଥିଲା । ଆଜି ଆମେ ତାଙ୍କ ସଫଳତାର ଯାତ୍ରା ବିଷୟରେ ଆପଣଙ୍କୁ ଜଣାଇବୁ ।

ରୋନିତ୍‌ ଅହମଦାବାଦ୍‌ରେ ସ୍କୁଲ ପାଠ୍ୟକ୍ରମ ସାରି ହୋଟେଲ ମ୍ୟାନେଜମେଣ୍ଟ  ପଢ଼ିବା ଆରମ୍ଭ କରିଥିଲେ । କିନ୍ତୁ ଆରମ୍ଭରୁ ସେ ଅଭିନେତା ବନିବାକୁ ଚାହୁଁଥିବାରୁ ତାଙ୍କର ମନ ପାଠରେ ବା ଚାକିରିରେ ଲାଗି ନଥିଲା । ସେ ନିଜର ସ୍ୱପ୍ନ ପୂରା କରିବା ପାଇଁ ମୁମ୍ବାଇରେ ପହଞ୍ଚି ଯାଇଥିଲେ । ସେ ସମୟରେ ତାଙ୍କ ପକେଟରେ ମାତ୍ର ୬ଟଙ୍କା ଥିଲା । ସୁଭାଷ ଘାଇଙ୍କ ନଜରରେ ଆସିବା ପରେ ସେ ରୋନିତ୍‌ଙ୍କୁ ନିଜ ଘରେ ରଖିବା ସହ ଅଭିନେତା ହେବା କେତେ କଷ୍ଟ ତାହା ଜଣାଇଥିଲେ ।

ronit roy
amarujala.com

ଅଭିନେତା ଭାବରେ କୌଣସି କାମ ନ ମିଳିବା ପର୍ଯ୍ୟନ୍ତ ରୋନିତ୍‌ ଏକ ହୋଟେଲରେ କାମ କରିବା ଆରମ୍ଭ କରିଥିଲେ । ହୋଟେଲରେ ଟେବୁଲ ସଫା କରିବା ସହ ବାସନ ମାଜିବା କାମ କରିଥିଲେ ରୋନିତ୍‌ । କିଛି ଦିନ ପରେ ତାଙ୍କୁ ଫିଲ୍ମ ‘ଜାନ ତେରେ ନାମ୍‌’ରେ କାମ କରିବାର ସୁଯୋଗ ମିଳିଥିଲା । କିନ୍ତୁ ସେଥିରେ ତାଙ୍କୁ ସଫଳତା ମିଳି ପାରି ନ ଥିଲା । ଯାହା ପରେ ସେ ଛୋଟ ପରଦାରେ କାମ କରିବା ଆରମ୍ଭ କରିଥିଲେ । ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଗି କି’ରେ ତାଙ୍କୁ ସୁଯୋଗ ମିଳିବା ପରେ ଘରେ ଘରେ ସେ ମିଷ୍ଟର ବଜାଜ୍‌ ନାମରେ ପରିଚିତ ହୋଇଥିଲେ । ଯାହା ପରେ ସେ ଗୋଟେ ପରେ ଗୋଟେ ସଫଳତାର ସିଢ଼ି ଚଢ଼ିବା ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର