ଯେଉଁଠି ସୁଟିଂ ହୋଇଥିଲା ଆମିର ଖାନ୍‌ଙ୍କ ଫିଲ୍ମ ସେଇଠି ବିବାହ କରିବାକୁ ଯାଉଛନ୍ତି ଛୋଟ ପରଦାର ଏହି କିନ୍ନର 

ମୁମ୍ବାଇ : ଦୀର୍ଘ ଦିନ ପରେ ଛୋଟ ପରଦାରେ ବିବାହ ଘଣ୍ଟି ବାଜିବା ଆରମ୍ଭ ହୋଇଛି । ୨୧ ଜୁନ୍‌ରେ ନିଜ ପ୍ରେମିକଙ୍କୁ ବିବାହ କରିବାକୁ ଯାଉଛନ୍ତି ଛୋଟ ପରଦାର ଏହି କିନ୍ନର । ଧାରାବାହିକ ‘ଶକ୍ତି : ଅସ୍ତିତ୍ୱକେ ଏହ୍‌ସାସ୍‌’ରେ କିନ୍ନର ଭୂମିକାରେ ନଜର ଆସୁଥିବା ରୁବିନା ଦିଲ୍ଲକ ଆସନ୍ତା ୨୧ଜୁନ୍‌ରେ ପ୍ରେମିକ ଅଭିନବ ଶୁକ୍ଲାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଦୁଇ ଜଣ ୪ ବର୍ଷ ହେବ ପରସ୍ପରକୁ ଡ଼େଟ୍‌ କରି ଆସୁଥିବା ବେଳେ ସିମ୍‌ଲାର ପ୍ରସିଦ୍ଧ ଉଡ଼୍‍ଭିଲା ପ୍ୟାଲେସରେ ସେମାନଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

Times Now

ସୂଚନା ମୁତାବକ, ଏହି ପ୍ୟାଲେସରେ ଆମିର ଖାନ୍‌ଙ୍କ ଫିଲ୍ମ ୩ ଇଡ଼ିଅଟସ୍‌୍‌ ଏବଂ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ବ୍ଲାକ୍‌ର ସୁଟିଂ ହୋଇଥିଲା ବୋଲି ଜଣାପଡ଼ିଛି । ଏହି ପ୍ୟାଲେସର ଭିତର ଏବଂ ବାହାରର ଦୃଶ୍ୟ ଖୁବ୍‌ ମନଛୁଆଁ । ଏକ ସାକ୍ଷାତକାରରେ ନିଜ ବିବାହ ଖବରକୁ ସତ ବୋଲି କହି ବିବାହ ସମୟରେ କୌଣସି ମିଡ଼ିଆକୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି କହିଥିଲେ । ବିବାହକୁ ବ୍ୟକ୍ତିଗତ ଭାବରେ କରାଯିବା ସହ ମୁମ୍ବାଇରେ ହେବାକୁ ଥିବା ବିବାହ ଭୋଜିରେ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି କହିଛନ୍ତି ରୁବିନା । ସବୁବେଳେ ମୋର ଗୋଟେ ପ୍ୟାଲେସରେ ବିବାହ କରିବା ପାଇଁ ଇଚ୍ଛା ରହି ଆସିଥିବା ବେଳେ ଏବେ ମୋର ସେ ଇଚ୍ଛା ପୂରା ହୋଇଛି । ସିମ୍‌ଲାରେ ଆମର ଅଧିକ ବନ୍ଧୁ ରହିଥିବାରୁ ଆମର ବିବାହ ସେଠାରେ ଅନୁଷ୍ଠିତ ହେଉଛି । ଅନ୍ୟ ପକ୍ଷରେ ନିଜ ବିବାହକୁ ନେଇ ଏକ ଭିନ୍ନ କଥା କହିଛନ୍ତି ଅଭିନବ । ମୁଁ ବିବାହ କରିବି ସତ । କିନ୍ତୁ ମୁଁ ଘୋଡ଼ାରେ ଚଢ଼ିବି ନାହିଁ । ମୋର ବିବାହ ଦିନ ମୁଁ କେଉଁ ପଶୁକୁ କଷ୍ଟ ଦେବାକୁ ଚାହେଁ ନାହିଁ । ଗଣେଶ ପୂଜାରେ ଦୁଇ ଜଣ ଦେଖା ହୋଇଥିବା ବେଳେ ଏବେ ଦୁଇ ଜଣଙ୍କ ଭଲ ପାଇବା ବିବାହରେ ପରିବର୍ତ୍ତନ ହେବାକୁ ଯାଉଛି ।

ସମ୍ବନ୍ଧିତ ଖବର