ରିଲିଜ ହେଲା ‘ଶାଣ୍ଡ କି ଆଁଖ’ର ପ୍ରଥମ ଗୀତ ‘ଉଡତା ତିତର୍’

ମୁମ୍ବାଇ: ଆଗାମୀ ବଲିଉଡ୍ ମୁଭି ‘ଶାଣ୍ଡ କି ଆଁଖ’ର ପ୍ରଥମ ଗୀତ ‘ଉଡତା ତିତର୍’ ମୁକ୍ତିଲାଭ କରିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ତାପସୀ ପନ୍ନୁ ଓ ଭୂମି ପେଡନେକରଙ୍କୁ ଦେଖିବାକୁ ମିଳିବ । ସିନେମାରେ ଉତ୍ତରପ୍ରଦେଶର ଫେମସ୍ ସୁଟର୍ ଦାଦି – ପ୍ରକାଶୀ ତୋମାର୍ ଓ ଚାନେ୍ଦ୍ରା ତୋମାର୍ ଚରିତ୍ରରେ ନଜର ଆସିବେ ଏହି ଦୁଇ ସୁନ୍ଦରୀ । ସିନେମାରେ ଭୂମି ପେଡନେକର୍ ୮୭ ବର୍ଷିୟ ଚାନେ୍ଦ୍ରା ତୋମାର୍ ଚରିତ୍ର ତୁଲାଉଥିବାବେଳେ ତାପସି ନଜର ଆସିବେ ପ୍ରକାଶୀ ତୋମାର୍ ଚରିତ୍ରରେ ।

ରିଲିଜ୍ ହୋଇଥିବା ଏହି ଗୀତରେ ଦୁହିଁଙ୍କ ସୁଟର୍ ହେବାର ଯାତ୍ରା ଦେଖିବାକୁ ମିଳିଛି । ବିଶାଲ୍ ମିଶ୍ରାଙ୍କ ସଙ୍ଗୀତରେ ପ୍ରସ୍ତୁତ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ସୁନିଧି ଚୌହ୍ୱାନ୍ ଓ ଜ୍ୟୋତି ନୁରନଙ୍କ ଆକର୍ଷଣୀୟ ଗାୟିକୀ । ଏହାର ଗୀତ ରଚନା କରିଛନ୍ତି ରାଜ୍ ଶେଖର୍ । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର୍ ହିରାନନ୍ଦାନି । ୨୫ ଅକ୍ଟୋବର୍ ଦୀପାବଳି ଅବସରରେ ଏହି ଫିଲ୍ମ ପରଦାକୁ ଆସିବ ।

ସମ୍ବନ୍ଧିତ ଖବର