ଚାରି ବର୍ଷ ପରେ ଫେରିଲେ ସବ୍ୟସାଚୀ

ଓଲିଉଡର ସୋବର ବୟ ସବ୍ୟସାଚୀ ଜଣେ ଏମିତି ନାୟକ ଯିଏ ଆଜିକା ତାରିଖରେ ଏକ ବିଗ ବ୍ୟାନର ଭାବେ ପରିଚିତ ହୋଇଥିବା ପ୍ରଯୋଜନା ସଂସ୍ଥାର ଏକ ବ୍ୟାନରରେ ହିରୋ ହୋଇଥିଲେ । ଏବେ ସେହି ଖବରକୁ ପ୍ରାୟ ଚାରି ବର୍ଷ ପରେ ଫେରିଛନ୍ତି ।

ଏଠାରେ ଯେଉଁ ପ୍ରଯୋଜନା କଥା କୁହାଯାଇଛି ତାହା ହେଲା ସାର୍ଥକ । ଏହି ପ୍ରଯୋଜନା ସଂସ୍ଥାର ପ୍ରଥମ ସିନେମା ହେଲା ‘ପାଗଳ କରିଚିି ପାଉଁଜି ତୋର’ । ହଁ ସାର୍ଥକ ଏହି ପ୍ରଥମ ଓଡିଆ ଛବି ଜରିଆରେ ସିନେମା ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଥିଲା । ଏହା ଅବଶ୍ୟ ଭିନ୍ନ କଥା ଯେ ପ୍ରଯୋଜନା ସଂସ୍ଥା କିନ୍ତୁ ‘ପାଗଳ କରିଚିି ପାଉଁଜି ତୋର’କୁ ଅଟକାଇ ତାର ଅନ୍ୟ ଏକ ସିନେମା ‘ଆକାଶେ କି ରଙ୍ଗ ଲାଗିଲା’କୁ ପ୍ରଥମେ ରିଲିଜ୍‌ କରିଥିଲା ।

୨୦୦୯ରେ ମୁକ୍ତିଲାଭ କରିଥିବା ‘ପାଗଳ କରିଚି ପାଉଛି ତୋର’ ଥିଲା ଏହି ବ୍ୟାନରରେ ସବ୍ୟସାଚୀଙ୍କ ପ୍ରଥମ ସିନେମା । ପ୍ରାୟ ୪ ବର୍ଷ ପରେ ଅର୍ଥାତ୍‌ ୨୦୧୩ ରେ ମୁକ୍ତିଲାଭ କରିଥିବା ‘ମୁ ଏକା ତୁମର’ ଜରିଆରେ ସାର୍ଥକ ବ୍ୟାନରକୁ ପୂୁଣି ଫେରିଥିଲେ ସେ । କହିିବା ବାହୁଲ୍ୟ ଯେ ଉଭୟ ଫିଲ୍ମକୁ ବ୍ୟବସାୟିକ ସଫଳତା ଅବଶ୍ୟ ମିଳିଥିଲା । ଉଭୟ ସିନେମାରେ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅର୍ଚ୍ଚିତା । ପୁଣି ଚାରିବର୍ଷ ପରେ ସବ୍ୟସାଚୀ ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲଙ୍କ ସହ କାମ କରୁଛନ୍ତି । ହଁ ଏବେ ସାର୍ଥକ ବ୍ୟାନରର ନୂଆ ସିନେମାର ନାୟକ ଭୂମିକା ନିଭାଉଛନ୍ତି ସବ୍ୟସାଚୀା ଏହି ଫିଲ୍କର ନିର୍ଦ୍ଦେଶନା ଦେଇଛନ୍ତି ‘ଚାନ୍ଦ ନ ତୁମେ ତାରା’, ‘ଗଡ୍‌ ଫାଦର’ ଏବଂ କାବୁଲା ବାରବୁଲା ଫେମ ରମେଶ ରାଉତ । ଏହି ନୂଆ ଓଡିଆ ସିନେମାରେ ପ୍ରଥମ ଥର ପାଇଁ ନାୟିକା ବନିଛନ୍ତି ଏଲିନା । ତେବେ ପୂର୍ବରୁ  ଚାରିବର୍ଷ ବ୍ୟବଧାନରେ ଆସିଥିବା ସବ୍ୟସାଚୀ ସାର୍ଥକକୁ ଯେଉଁଭଳି ସଫଳତା ଦେଇଥିଲେ, ଏଥର ସେଭଳି ଘଟୁଛି କି ନା ତାହା ଦେଖିବା କୁ ବାକି ରହିଲା ।

 

ସମ୍ବନ୍ଧିତ ଖବର