ବଲିଉଡ୍‌ର ଗବର ଅମଜାଦ୍‌ ଖାନ୍‌ଙ୍କ ଦୁଇ ପୁଅ କରୁଛନ୍ତି ଏବେ ଏହି କାମ

ବଲିଉଡର ଗବର ସିଂହ ଅମଜାଦ୍‌ ଖାନ୍‌ ଏବେ ଆମ ଭିତରେ ନାହାନ୍ତି। ଅମଜାଦ୍‌ ଖାନ୍‌ ରମେଶ ସିପ୍ପୀଙ୍କ ଏଭରଗ୍ରିନ୍‌ ମୁଭି ‘ଶୋଲେ’ରେ ଗବର ସିଂହର ଭୂମିକା କରି ଲୋକପ୍ରିୟତା ହାସଲ କରିଥିଲେ।

ପ୍ରତ୍ୟେକ ପିତାଙ୍କର ସ୍ୱପ୍ନ ହେଲା ପୁଅମାନେ ବି ତାଙ୍କର ପଦାଙ୍କ ଅନୁସରଣ କରନ୍ତୁ। କିନ୍ତୁ ବାପାଙ୍କର ସ୍ୱପ୍ନକୁ ପୂରଣ କରିପାରିନାହାନ୍ତି ଅମ୍‌ଜାଦ୍‌ଙ୍କର ଦୁଇ ପୁଅ ସଦାବ୍‌ ଓ ସୀମାବ୍‌।

ସଦାବ୍‌ ୧୯୯୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରାଜାକି ଆୟେଗି ବାରାତ୍‌’ରେ ପ୍ରଥମେ ନାୟକ ବନିଥିଲେ। ଏଥିରେ ରାଣୀ ମୁଖାର୍ଜୀଙ୍କ ନାୟକ ବନିଥିଲେ ସଦାବ୍‌। କିନ୍ତୁ ଫିଲ୍ମଟି ଫ୍ଲପ୍‌ ହୋଇଥିଲା। ଏହାପରେ ସଦାବ୍‌ ବଲିଉଡ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ। ତା’ପରେ ସେ ଲେଖନରେ ମନୋନିବେଶ କରିଥିଲେ। ୨୦୧୫ରେ ସଦାବ୍‌ ବାପା ଅମଜାଦ୍‌ ଖାନଙ୍କ ଜୀବନୀ ପୁସ୍ତକ ‘ମର୍ଡର ଇନ୍‌ ବଲିଉଡ୍‌’ ଲେଖିଥିଲେ। ଏହାର ଉନ୍ମୋଚନ କରିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ।

ସଦାବ୍‌ ଖାନ୍‌ ଅଭିନୟ ଛାଡ଼ି ଲେଖକ ବନିଗଲେ। ଅମଜାଦ୍‌ଙ୍କର ଅନ୍ୟ ପୁଅ ସୀମାବ୍‌ ନିର୍ଦ୍ଦେଶକ ସାଜିବ୍‌ ଖାନ୍‌ଙ୍କର ଆସିଷ୍ଟାଣ୍ଟ ଭାବେ ‘ହିମ୍ମତ ଓ୍ଵାଲା’ ଓ ‘ହାଉସଫୁଲ-୨’ରେ କାମ କରିଥିଲେ। କିନ୍ତୁ ସେଥିରେ ତାଙ୍କ ମନ ଲାଗିଲା ନାହିଁ। ଏହାପରେ ସେ କ୍ରିକେଟ୍‌ରେ ମନୋନିବେଶ କରିଛନ୍ତି।

ସମ୍ବନ୍ଧିତ ଖବର