ଜାଣନ୍ତୁ , ‘ସଡ଼କ୍‌-୨’ର କାହାଣୀ କେଉଁଠୁ ଆରମ୍ଭ ହେଉଛି

ମୁମ୍ବାଇ: ବଲିଉଡର ଏକ ସୁପରହିଟ୍‌ ଫିଲ୍ମ ହେଲା ‘ସଡ଼କ୍‌’। ଏହା ୧୯୯୧ରେ ରିଲିଜ୍‌ ହୋଇଥିଲା। ଏଥିରେ ସଂଜୟ ଦତ୍ତ, ପୂଜା ଭଟ୍ଟ ଓ ସଦାଶିବ ଅମ୍ରପୁରକର ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ।

ଏବେ ‘ସଡ଼କ୍‌’ର ସିକ୍ୱେଲ୍‌ ‘ସଡ଼କ୍‌-୨’ର ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ଏହାର ନିର୍ମାଣ କରୁଛନ୍ତି ନିର୍ମାତ୍ରୀ ପୂଜା ଭଟ୍ଟ। ଏଥିରେ ସଂଜୟ ଦତ୍ତ ଓ ପୂଜା ଭଟ୍ଟ ପୂର୍ବଭଳି ଅଭିନୟ କରିବେ। ତେବେ ଏହାର ଷ୍ଟାରକାଷ୍ଟ୍‍ରେ ଆଲିଆ ଭଟ୍ଟ ବି ସାମିଲ ହୋଇଛନ୍ତି। ତେଣେ ଚର୍ଚ୍ଚା ହେଉଛି ଯେ ଏହି ସିନେମାରେ ଆଲିଆଙ୍କ ବିପକ୍ଷରେ ସୁଶାନ୍ତ ସିଂହ ରାଜପୁତ ନଜର ଆସିବେ। ଏଥିରେ ସୁଶାନ୍ତ ସବୁଜ ସଂକେତ ଦେଇଥିବା କୁହାଯାଏ।

‘ସଡ଼କ୍‌’ର କଥାବସ୍ତୁ ଜଣେ ଡ୍ରଗ୍‌ସ ସେବନକାରୀ ନିଶାସକ୍ତ ଯୁବକ ଏକ ଦେହଜୀବୀର ପ୍ରେମରେ ପଡୁଛି ଓ କିପରି ସମାଜର ସାମ୍ନା କରୁଛି, ତାହା ଉପରେ ଆଧାରିତ ଥିଲା।

‘ସଡ଼କ-୨’ର କାହାଣୀ ସେହିଠାରୁ ଆରମ୍ଭ ହେଉଛି, ଯେଉଁଠାରେ ‘ସଡ଼କ୍‌’ର କାହାଣୀ ସରିଥିଲା , ତାହାଠାରୁ ପ୍ରାୟ ୧୦ ବର୍ଷପରରୁ। ‘ସଡ଼କ୍‌-୨’ରେ ଆଲିଆ ଭଟ୍ଟ ଏଭଳି ଜଣେ ଯୁବତୀ ଭୂମିକାରେ ଅଭିନୟ କରିବେ, ଯିଏ କି ନିଶାସକ୍ତ ସଂଜୟ ଦତ୍ତଙ୍କୁ ଜୀବିତ ରହିବାରେ ସହାୟତା କରୁଛି। ‘ସଡ଼କ୍‌-୨’ ଆଗାମୀ ବର୍ଷ ନଭେମ୍ବର ମାସରେ ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର