ଏହି ନାୟିକାଙ୍କର ହେଆର୍‌ କଟ୍‌ ଖୁବ୍‌ ଲୋକପ୍ରିୟ ଥିଲା

ମୁମ୍ବାଇ: ଆଜି ହେଉଛି ଷାଠିଏ ଓ ସତୁରି ଦଶକର ଲୋକପ୍ରିୟ ନାୟିକା ସାଧନାଙ୍କର ଜନ୍ମଦିନ। ହଁ , ସେ ୧୯୪୧ ମସିହା ସେପ୍ଟେମ୍ବର ୨ ତାରିଖରେ ଜନ୍ମ ହୋଇଥିଲେ ପାକିସ୍ତାନର କରାଚୀର ଏକ ସିନ୍ଧି ପରିବାରରେ। ସେ ବାପା ମାଆଙ୍କର ଏକମାତ୍ର ସନ୍ତାନ ଥିଲେ ।ପାକିସ୍ତାନର କରାଚୀର ଏକ ସିନ୍ଧିି ପରିବାରରେ ସେ ବାପା ମାଆଙ୍କର ଏକମାତ୍ର ସନ୍ତାନ ଥିଲେ। ଭାରତ-ପାକ୍‌ ବିଭାଜନ ପରେ ସାଧନାଙ୍କ ପରିବାର କରାଚୀ ଛାଡି ମୁମ୍ବାଇ ଚାଲି ଆସିଥିଲେ।
ସାଧନାଙ୍କ ପିତା ଖୁବ୍‌ କଳାପ୍ରେମୀ ଥିଲେ। ତାଙ୍କର ପ୍ରିୟ ଅଭିନେତ୍ରୀ ଥିଲେ ସାଧନା ବୋଷ,ଏହି କାରଣରୁ ସେ ନିଜ ଝିଅର ନାଆଁ ରଖିଥିଲେ ସାଧନା। ସାଧନା ଆଠବର୍ଷ ଯାଏଁ ଘରେ ପାଠ ପଢ଼ିଥିଲେ। ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ସାଧନାଙ୍କର କପୁର ଖାନ୍‌ଦାନ ସହିତ ସଂପର୍କ ଥିଲା।
ସାଧନାଙ୍କ ପିତା ଓ ରଣଧୀର କପୁରଙ୍କ ଶ୍ୱଶୂର ହରି ଶିବଦାସିନୀ ଦୁଇ ଭାଇ। ଏହି କାରଣରୁ ସାଧନା ସ ବବିତା ଦୁହେଁ କଜିନ୍‌। ସାଧନାଙ୍କୁ କରିନା କପୁର ଓ କରିସ୍ମା କପୁର ଖୁବ୍‌ ଶ୍ରଦ୍ଧା କରୁଥିଲେ।
ରାଜ କପୁରଙ୍କ ପରିବାର ସହିତ ସୁସଂପର୍କ ଥିବା କାରଣରୁ ସାଧନାଙ୍କୁ ଫିଲ୍ମ ଲାଇନ୍‌ରେ ସହଜରେ ଏଣ୍ଟ୍ରି ମିଳିଥିଲା। ହଁ ସେ ସୋ’ ମ୍ୟାନ୍‌ ରାଜ କପୁରଙ୍କ ମାଷ୍ଟର ପିସ୍‌ ଫିଲ୍ମ‘ଶ୍ରୀ-୪୨୦’ର ଏକ ହିଟ୍‌ ଗୀତ।ମୁଡ୍‌ ମୁଡ୍‌କେ ନା ଦେଖ୍‌ ମୁଡ୍‌ ମୁଡ୍‌କେ…ରେ ନୃତ୍ୟ କରିଥିଲେ।


ଏହାପରେ ସାଧନା ମାତ୍ର ୧୬ ବର୍ଷ ବୟସରେ ଏକ ସିନ୍ଧି ଫିଲ୍ମ‘ଅବାନା’ରେ ନାୟିକା ଭୂମିକା କରିଥିଲେ।ଏହି ପିଲ୍ମ ପାଇଁ ସେ ପାରିଶ୍ରମିକ ବାବଦରେ ପାଇଥିଲେ  ଏକ ଟଙ୍କା।ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ସାଧନାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟରେ ପ୍ରଭାବିତ ହୋଇଥିଲେ ବହୁଦର୍ଶକ।ଯୁବତୀ ମାନେ ତ ସାଧାନଙ୍କର ହେଆର୍‌ ଷ୍ଟାଇଲ୍‌ରେ ପ୍ରଭାବିତ ହୋଇ ନିଜର କେଶବିନ୍ୟାସ କରୁଥିଲେ। ସେ ସମୟରେ ତାଙ୍କର ହେଆର ଷ୍ଟାଇଲ୍‌ ଏତେ ଲୋକପ୍ରିୟ ହେଲା ଯେ, ତାହା ‘ସାଧନା କଟ୍‌’ ନାଆଁରେ ଲୋକପ୍ରିୟ ହୋଇଥିଲା।

ସମ୍ବନ୍ଧିତ ଖବର