ବିବାହିତ ଶାହାରୁଖ ଏହି ଅବିବାହିତା ଅଭିନେତ୍ରୀଙ୍କୁ ପ୍ରେମ କରି ବସିଥିଲେ!

ମୁମ୍ବାଇ: ବଲିଉଡ୍‌ରେ ଏମିତି ଅନେକ କଳାକାର ଅଛନ୍ତି ଯାହାଙ୍କ ଜୀବନରେ ଗୁଡ଼ାଏ ଭିନ୍ନ ଭିନ୍ନ ଘଟଣା ସବୁ ଘଟୁଥିବାର ଦେଖିବାକୁ ମିଳେ। ଆଜି ଆମେ ଏକ ଏପରି କଳାକାରଙ୍କ କଥା କହିବୁ ଯାହା ଆପଣ କେବେ ଅନୁମାନ ବି ଲଗାଇ ନଥିବେ। ଆଜି ଆମେ କହିବାକୁ ଯାଉଛୁ ବଲିଉଡ୍‌ର ସୁପର୍‌ଷ୍ଟାର୍‌ କିଙ୍ଗ୍‌ଖାନ୍‌ ଶାହାରୁଖ ଖାନ୍‌ଙ୍କ ବିଷୟରେ। ଆଜ୍ଞା ହଁ, ବିବାହ ପରେ ଶାହାରୁଖ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରେମ କରି ବସିଥିଲେ।

ଆପଣ ଜାଣିଥିବେ ନିଶ୍ଚୟ ଶାହାରୁଖଙ୍କ ବିବାହ ଗୌରୀଙ୍କ ସହ ଅନେକ ବର୍ଷ ତଳୁ ହୋଇସାରିଛି। ଶାହାରୁଖଙ୍କ ବୈବାହିକ ଜୀବନ ପୂରା ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ଏକ ରକମର ଉଦାହରଣ ବି ସାଜିସାରିଛି। ଶାହାରୁଖ ଯେ ତାଙ୍କ ବୈବାହିକ ଜୀବନରେ ଅନେକ ଖୁସି ସେକଥା କହିବାର ଆବଶ୍ୟକତା ନାହିଁ। ତା’ ସତ୍ୱେ ବି ଯେେତେବ ‘ଡନ୍‌’ ଚଳଚ୍ଚିତ୍ରରେ ଶାହାରୁଖ ବିଶ୍ୱ ସୁନ୍ଦରୀ ପ୍ରିୟଙ୍କାଙ୍କ ବିପକ୍ଷରେ ଅଭିନୟ କରିବା ବେଳେ କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ପ୍ରିୟଙ୍କାଙ୍କ ଆଡ଼କୁ ଢଳିବାକୁ ଲାଗିଲେ। ଏକଥା ପତ୍ନୀ ଗୌରୀ ଜାଣିବା ପରେ ବେଶ୍‌ କିଛି ଦିନ ଧରି ସେ ଦୁହିଁଙ୍କ ଭିତରେ ମନମାଳିନ୍ୟ ହୋଇଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଯାହା ହେଉ ଶେଷରେ ସବୁ ସମସ୍ୟା ସମାଧାନ ହୋଇଯାଇଛି। ଶାହାରୁଖ ଏବେ ନିଜ ପରିବାରକୁ ନେଇ ବେଶ୍‌ ଖୁସିରେ ଅଛନ୍ତି।

ସମ୍ବନ୍ଧିତ ଖବର