ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲା ଖୋଲି ଭାବେ କହିଲେ କିଙ୍ଗ୍‌ଖାନ୍‌!

ମୁମ୍ବାଇ: ରିଲ୍‌ରେ ଆକର୍ଷଣୀୟ ଲଭ୍‌ ବୟ ସାଜୁଥିବା କିଙ୍ଗ୍‌ଖାନ୍‌ ଶାହାରୁଖ ରିୟଲ୍‌ରେ ବି କିଛି କମ୍‌ ନୁହଁନ୍ତି। ପତ୍ନୀ ଗୌରୀଙ୍କ ସହ ଶାହାରୁଖଙ୍କ ସୁନ୍ଦର ବୈବାହିକ ଜୀବନ କାହାକୁ ବା ଅଛପା! ବଲିଉଡ କିଙ୍ଗ ଖାନଙ୍କ ସହ ଜଡିତ ଅନେକ କଥା ଶୁଣିବା ଓ ଜାଣିବା ପାଇଁ ଲୋକଙ୍କଠାରେ ଗଭୀର ଉତ୍ସାହ ଦେଖାଦେଇଥାଏ। ନିକଟରେ ଏକ ସାକ୍ଷାତକାରରେ ସାମିଲ ହୋଇ ଶାହରୁଖ ନକହି ନକହି ଅନେକ କଥା କହି ପକାଇଥିଲେ ଯାହାକି ତାଙ୍କ ଜୀବନ ସହ ଜଡିତ ଥିଲା।

ଏହି ସାକ୍ଷାତକାରରେ କିଙ୍ଗଖାନ ନିଜ ଜୀବନରେ ବିତିଥିବା କିଛି କଳା ଦିନ ସଂପର୍କରେ ଆଲୋଚନା କରିଥିଲେ। ଖାଲି ସେମିତିରେ ସଫଳତାର ଶୀର୍ଷରେ ପହଞ୍ଚି ନଥିଲେ କିଙ୍ଗଖାନ। ବରଂ ଏଥିପାଇଁ ତାଙ୍କୁ କରିବାକୁ ପଡ଼ିଥିଲା ଅନେକ ସଂଘର୍ଷ। ଆଉ ଏହି ମୁହୂର୍ତ୍ତରେ ଢାଲ ଭଳି ଠିଆ ହୋଇଥିଲେ ତାଙ୍କର ପତ୍ନୀ ଏବଂ ଭଉଣୀ।

ଶାହରୁଖ କହିଥିଲେ କି, ‘ଯେଉଁ ଦିନ ଆମର ବିବାହ ହୋଇଥିଲା ସେଦିନ ଆମେ ଘରୁ ଲୁଚି ମୁମ୍ବାଇ ଚାଲି ଆସିଥିଲୁ। ବାହାଘର ଦିନ ରାତି ଆମର ବିତିଥିଲା ସିନେମା ସେଟରେ। ଏସବୁ ସତ୍ୱେ ବି ଗୌରୀ କେବେ ମୋତେ କିଛି କହିନଥିଲେ। ସବୁବେଳେ ମୋ ସାଥ୍‌ ଦେଇଥିଲେ। ମୁଁ ଗୌରୀଙ୍କ ସହ ଏଭଳି କଥା ହେଉଥିଲି ଯାହା ସଂପର୍କରେ ମୁଁ ନିଜେ ବି ବୁଝିପାରୁ ନଥିଲି। କିନ୍ତୁ ଗୌରୀ ସବୁବେଳେ ମୋତେ ସହଯୋଗ କରୁଥିଲେ।’ ପାଖାପାଖି ୨-୩ ବର୍ଷ ଏହି ମାହୋଲକୁ ବୁଝିବାକୁ ସମୟ ଲାଗିଥିଲା। ଆମେ ଗୋଟିଏ ହସଖୁସିର ଜୀବନ ବିତାଇବାକୁ ଚାହୁଁଥିଲୁ। ମୁଁ କେବେ ଚିନ୍ତା କରିନଥିଲି କି ମୁଁ କେବେ ଷ୍ଟାର ବନି ପାରିବି। କାହିଁକି ନା ସିନେମା କ୍ଷେତ୍ରରେ ମୋର କୌଣସି ଅଭିଜ୍ଞତା ନଥିଲା। ପୁଅ ଆର‍୍ୟାନ ଜନ୍ମ ହେବା ପୂର୍ବ ଗୌରୀଙ୍କର ଥରେ ମିସକ୍ୟାରେଜ ହୋଇଯାଇଥିଲା। କିଛି ଦିନ ବହୁତ କଷ୍ଟରେ ବିତିଥିଲା ଏବଂ ସୁହାନା ଆସିବା ପରେ ଆମେ ବହୁତ ଉତ୍ସାହିତ ହୋଇଯାଇଥିଲୁ।’

ସମ୍ବନ୍ଧିତ ଖବର