କାଜୋଲଙ୍କୁ ଗାଈ ସହ ତୁଳନା କଲେ ଶାହାରୁଖ୍‌, ମିଳିଲା ଏମିତି କଡ଼ା ଜବାବ

ମୁମ୍ବାଇ : ବଲିଉଡ୍‌ ବାଦ୍‌ଶାରା ଶାହାରୁଖ୍‌ ଖାନ୍‌ ଏବଂ ଅଭିନେତ୍ରୀ କାଜୋଲଙ୍କ ଅନସ୍କ୍ରିନ୍‌ ରୋମାନ୍ସ ବଲିଉଡ୍‌ରେ କେତେ ହିଟ୍‌ ତାହା ସମସ୍ତଙ୍କୁ ଜଣା । ଦୁହେଁ ଭଲ କଳାକାର ହୋଇଥିବା ବେଳେ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି । ଦୁହିଁଙ୍କ ଫିଲ୍ମ ‘ଦିଲ୍‌ଓ୍ଵାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ’ର କାହାଣୀ ଆଜି ବି ଲୋକମାନଙ୍କ ମନରେ ତାଜା ହୋଇଛି । ତେବେ ଦୁହିଁଙ୍କୁ ନେଇ ଏକ ମଜାଦାର କଥା ସାମ୍ନାକୁ ଆସିଛି । କରଣ ଜୋହରଙ୍କ ଚାଟ୍‌ ସୋ’କୁ ଯାଇଥିବା ବେଳେ କାଜୋଲଙ୍କୁ ଶାହାରୁଖ୍‌ ଏବଂ ତାଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି ବିଷୟରେ ପଚାରିଥିଲେ କରଣ ।

India Today

ଏହା ଶୁଣି କାଜୋଲ ଶହାରୁଖ୍‌ ତାଙ୍କୁ ଗାଈ ସହ ତୁଳନା କରିଥିବା କହିଥିଲେ । ତାଙ୍କ କହିବା ଅନୁଯାୟୀ,ଶାହାରୁଖ୍‌ ଥରେ ତାଙ୍କୁ କହିଥିଲେ ଯଦି ସେ ଗାଈ ସହ ରୋମାନ୍ସ କରନ୍ତି ତେବେ ମଧ୍ୟ ତାଙ୍କ କେମେଷ୍ଟ୍ରି ହିଟ୍‌ ହେବ । ଏହା ଶୁଣି ମୁଁ ତାଙ୍କୁ ମୋତେ ଗାଈ ସହ ତୁଳନା କରୁଛ କି ବୋଲି ପଚାରିଥିଲି । ମୋ କଥା ଶୁଣି ଶାହାରୁଖ୍‌ ଚୁପ୍‌ ହେବା ସହ ଆମେ ଦୁହେଁ କିଛି ସମୟ ପରେ ଏହି କଥାକୁ ନେଇ ହସିବାକୁ ଲାଗିଥିଲୁ ଏବଂ ମୁଁ ତାଙ୍କୁ ମେଁ ତୁହ୍ମେ ଗାଏ ଦିଖ୍‌ତି ହୁଁ? ୟୁ ଡ଼ଗ୍‌ ବୋଲି କହଥିଲି।

ସମ୍ବନ୍ଧିତ ଖବର