‘ଧଡ଼କ’ କରିବା ପୂର୍ବରୁ ଇଶାନ୍‌ଙ୍କୁ ଏହି ଉପଦେଶ ଦେଇଥିଲେ ଶାହିଦ୍‌ କପୁର

ମୁମ୍ବାଇ : ବଲିଉଡ୍‌ରେ ନୂଆ ନୂଆ ମୁହଁ ଦେଖିବାକୁ ମିଳିଥିବା ବେଳେ ଅନେକ ବଲିଉଡ୍‌ କଳାକାରଙ୍କ ଭାଇ ବା ଭଉଣୀ ବା ସେମାନଙ୍କ ପିଲାମାନେ ବଲିଉଡ୍‌ରେ ପ୍ରବେଶ କରିବା ଆରମ୍ଭ କରଛନ୍ତି । ସେଥି ମଧ୍ୟରୁ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଅଭିନେତା ଇଶାନ ଖଟ୍ଟର । ଇଶାନ ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କ ସାବତ ଭାଇ ହୋଇଥିଲେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ସେଭଳି ପାର୍ଥକ୍ୟ କେବେ ବି ଦେଖା ଯାଇ ନାହିଁ । ବରଂ ଦୁଇ ଜଣଙ୍କ ମଧ୍ୟରେ କେତେ ଭଲପାଇବା ରହିଛି ଏବଂ ଶାହିଦ୍‌ ନିଜ ଭାଇ ଇଶାନଙ୍କୁ ନେଇ କେତେ ଯତ୍ନବାନ ତାହା ଦେଖିବାକୁ ମିଳିଥାଏ ।

Patrika

କିଛି ଦିନ ତଳେ ଫିଲ୍ମ ‘ଧଡ଼କ’ର ପ୍ରମୋସନ ସମୟରେ ଇଶାନ ତାଙ୍କ ଭାଇ ଶାହିଦ୍‌ଙ୍କୁ ନେଇ ଅନେକ କଥା କହିଥିଲେ । ‘ଧଡ଼କ’ ସାଇନ୍‌ କରିବା ପୂର୍ବରୁ ଇଶାନଙ୍କୁ ଶାହିଦ୍‌ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ, ଯାହା ବିଷୟରେ ଇଶାନ୍‌ ଫିଲ୍ମର ପ୍ରମୋସନ ସମୟରେ ସମସ୍ତଙ୍କୁ ଜଣାଇଥିଲେ । ‘ସୈରାତ୍‌’ ଦେଖିବା ପରେ ସେ ମୋତେ ସେ ଫିଲ୍ମ ତାଙ୍କୁ ପସନ୍ଦ ଆସିଲା ବୋଲି କହିଥିଲେ । ‘ସୈରାତ୍‌’ ଏକ ବହୁତ ଭଲ ଫିଲ୍ମ ଏବଂ ତୁମେ ଯେଉଁ ବୟସରେ ଏବେ ଅଛ ସେ ବୟସଟି ଫିଲ୍ମର ଚରିତ୍ର ପାଇଁ ପୂରା ଠିକ୍‌ । ସବୁଠାରୁ ବଡ଼ କଥା ହେଲା ତୁମେ ଭଲ ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍‌ ଏବଂ ପ୍ରଯୋଜକ କରଣ ଜୋହରଙ୍କ ସହ କାମ କରୁଛ । ଫିଲ୍ମ ଆରମ୍ଭ କରିବା ପୂର୍ବରୁ ଭାଷାକୁ ଭଲ ଭାବରେ ବୁଝିବା ଶିଖ ବୋଲି ଶାହିଦ୍‌ ଇଶାନ୍‌ଙ୍କୁ କହିଥିଲେ ।

ସମ୍ବନ୍ଧିତ ଖବର