‘ସାହୋ’ର ଅର୍ଥ କ’ଣ? ରିଲିଜ୍‌ ପୂର୍ବରୁ ଜଣାଇଲେ ପ୍ରଭାସ

ମୁମ୍ବାଇ :  ୨୦୧୯ର ସବୁଠାରୁ ବଡ଼ ବଜେଟର ଫିଲ୍ମ ହେବାକୁ ଯାଉଛି ‘ସାହୋ’ । ଫିଲ୍ମର ପ୍ରାୟ ୪ଟି ଗୀତ ରିଲିଜ୍‌ ହୋଇ ସାରିଥିବା ବେଳେ ଏହାର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ାଇଛି । ‘ବାହୁବଳୀ’ ପରେ ଏବେ ‘ସାହୋ’ ଜରିଆରେ ବକ୍ସ ଅଫିସରେ ଧମାଲ କରିବାକୁ ଯାଉଛନ୍ତି ପ୍ରଭାସ । ଫିଲ୍ମକୁ ଶେଷ କରିବା ପାଇଁ ୫ବର୍ଷ ସମୟ ଲାଗିଥିବା ବେଳେ ଏହାକୁ ହିଟ୍‌ କରିବା ପାଇଁ ଅନେକ ଚେଷ୍ଟା କରିବାରେ ଲାଗି ପଡ଼ିଛନ୍ତି ଫିଲ୍ମ ନିର୍ମାତା । ଅଗଷ୍ଟ ୩୦ରେ ଫିଲ୍ମ ରିଲିଜ୍‌ ହେବାକୁ ଯାଉଥିବା ବେଳେ ରିଲିଜ୍‌ ପୂର୍ବରୁ ଫିଲ୍ମର ଟାଇଟେଲ ‘ସାହୋ’ର ଅର୍ଥ କ’ଣ ତାହା ଜଣାଇଛନ୍ତି ପ୍ରଭାସ ।

Image result for sahoo
Naidunia

ସୂଚନା ମୁତାବକ, କପିଲ ଶର୍ମାଙ୍କ ସୋ’କୁ ଫିଲ୍ମର ପ୍ରମୋସନ ପାଇଁ ଆସିଥିବା ବେଳେ କପିଲ ତାଙ୍କୁ ସାହୋର ମାନେ କ’ଣ ତାହା ପଚାରିଥିଲେ । ଯାହାର ଉତ୍ତର ରଖି, ସାହୋର ଅର୍ଥ ସଂସ୍କୃତରେ ‘ଜୟ ହୋ’ ବୋଲି କହିଥିଲେ ପ୍ରଭାସ । ଫିଲ୍ମଟି ଅଗଷ୍ଟ ୩୦ରେ ରିଲିଜ୍‌ ହେବାକୁ ଥିବା ବେଳେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର