“ତୁରନ୍ତ ଗାଡ଼ିର କାଚକୁ ଉପରକୁ କର, ନହେଲେ ମୁଁ ଦେବି ଏବେ ଗୋଟେ” ସାମ୍ବାଦିକଙ୍କ ପ୍ରଶ୍ନରୁ ବଞ୍ଚିବା ପାଇଁ ଡ଼୍ରାଇଭରକୁ ଗାଳି କଲେ ସୈଫ୍‌ ଅଲ୍ଲୀ ଖାନ୍‌

ମୁମ୍ବାଇ :୧୯୯୮ ମସିହା କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଖାନ୍‌ଙ୍କୁ ଯୋଧପୁର କୋର୍ଟ ଆଜି ସାବ୍ୟସ୍ତ କରିଛନ୍ତି । ଏହି ଶୁଣାଣି ବେଳେ ହମ୍‌ ସାଥ୍‌ ସାଥ୍‌ ହେଁର ଅନେକ କଳାକାରଙ୍କୁ ସେଠାରେ ଦେଖିବାକୁ ମିଳିଥିଲା । ସମସ୍ତ କଳାକାରମାନଙ୍କୁ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କର ପ୍ରଶ୍ନର ସାମ୍ନା ମଧ୍ୟ କରିବାକୁ ପଡ଼ିଥିଲା । କିନ୍ତୁ ଶୁଣାଣି ପାଇଁ ଯାଇଥିବା ସୈଫ୍‌ ଅଲ୍ଲୀ ଖାନ୍‌ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କ ନଜରରେ ନ ଆସିବା ପାଇଁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ଏଥି ସହ ରାଗରେ ସେ ତାଙ୍କ ଡ଼୍ରାଇଭରକୁ ମଧ୍ୟ ଗାଳି ଦେଉଥିବାର ଦେଖିବାକୁ ମିଳିଛି । ଏଏନ୍‌ଆଇର କ୍ୟାମେରାରେ ଏହି ଦୃଶ୍ୟକଏଦ ହୋଇଥିବା ବେଳେ ଟ୍ଵିଟରରେ ଏହାକୁ ଅପ୍‌ଲୋଡ଼ ମଧ୍ୟ କରାଯାଇଛି ।

ଭିଡ଼ିଓରେ ସୈଫ୍‌ ନିଜ ଡ଼୍ରାଇଭରଙ୍କୁ ଗାଡ଼ିର କାଚ ଉଠାଇବା ପାଇଁ କହୁଥିବାରୁ ଦେଖିବାକୁ ମିଳିଛି । “ତୁରନ୍ତ ଗାଡ଼ିର କାଚକୁ ଉପରକୁ କରିବା ସହ ଗାଡ଼ିକୁ ଶୀଘ୍ର ପଛକୁ ନିଅ । ନହେଲେ ମୁଁ ଦେବି ଏବେ ଗୋଟେ” କହି ସେ ନିଜ ଡ଼୍ରାଇଭରଙ୍କୁ ଧମକାଉଥିବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସମାଲୋଚନା କରାଯାଉଥିବା ବେଳେ ସୈଫ୍‌ଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି ବୋଲି କିଛି କହିବା ଆରମ୍ଭ କାରିଛନ୍ତି । ଅନ୍ୟ ପକ୍ଷରେ କୋର୍ଟରେ ସୈଫ୍‌୍‌ଙ୍କ ବ୍ୟତିତ ସୋନାଲି ବେନ୍ଦ୍ରେ, ଏବଂ ତବୁ ମଧ୍ୟ ଉପସ୍ଥିତ ଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର