ତୈମୁର ବଡ଼ ହେଲେ କ’ଣ ହେବେ ? ଏ ବିଷୟରେ କ’ଣ କହିଲେ ସୈଫ୍‌ ଅଲ୍ଲୀ ଖାନ୍‌ !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବେ ତାଙ୍କ ପୁଅ ସଂପର୍କରେ ନିଜର ମନକଥା ଖୋଲି କହିଛନ୍ତି। ସେ କହିଛନ୍ତି ଯେ ମିଡିଆର ସବୁବେଳେ ସତର୍କ ଦୃଷ୍ଟି ରହିଛି ତାଙ୍କର ସାନ ପୁଅ ତୈମୁର ଅଲ୍ଲୀ ଖାନଙ୍କ ଉପରେ । ସେ ଏକ ଲୋକପ୍ରିୟ ସେଲିବ୍ରିଟି ଯୋଡିଙ୍କର ସନ୍ତାନ ହୋଇଥିବା ହେତୁ ଏଭଳି ଘଟୁଛି। ଏହା ତାଙ୍କୁ ବଡ଼ ହେବାପରେ ପିତାମାତାଙ୍କ ପରି ଜଣେ ବଲିଉଡ କଳାକାର ହେବାଲାଗି ଚାପ ପକାଇବ ବୋଲି କହିଛନ୍ତି ସୈଫ୍‌। ଭଲ ପରିବେଶ ହେତୁ ତୈମୁର ବି ଜଣେ କଳାକାର ହେବେ ।

ତେବେ ଏଥିପାଇଁ ତାଙ୍କୁ ବି ଉତ୍ତର ଦାୟିତ୍ୱ ନେବାକୁ ପଡ଼ିବ ଏବଂ କଠିନ ପରିଶ୍ରମ କରିବାକୁ ପଡ଼ିବ। କରୀନା କପୁର ବି ଚାହାଁନ୍ତି ତାଙ୍କ ପୁଅ ଅଭିନେତା ହେଉ । ଏଣୁ ମୁଁ ଆଶବାଦୀ ଯେ ପୁଅ ତୈମୁର ଅଲ୍ଲୀ ଖାନ ଜଣେ ଅଭିନେତା ହିଁ ହେବେ। ଏଠାରେ ସୂଚନାଯୋଗ୍ୟ ଯେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ ଇତିମଧ୍ୟରେ ବଲିଉଡରେ ନାୟିକାଭାବେ କ୍ୟାରିଅର୍‌ ଆରମ୍ଭ କରିସାରିଲେଣି।

ସମ୍ବନ୍ଧିତ ଖବର