କରୀନାଙ୍କ ସହ ବିଶେଷ କଥା ହେଉନଥିବା ରଣବୀରଙ୍କର ଭିଣୋଇ ସୈଫ୍‌ଙ୍କ ସହ ଭଲ ପଡ଼େ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର୍‌ ତାଙ୍କ ଅପ୍‌କମିଂ ଚଳଚ୍ଚିତ୍ର ‘ସଞ୍ଜୁ’ର ପ୍ରମୋସନ କାର୍ଯ୍ୟରେ ଖୁବ୍‌ ବ୍ୟସ୍ତ ରହୁଛନ୍ତି। ଚଳଚ୍ଚିତ୍ରରେ ସେ ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜର ଆସୁଛନ୍ତି। ତାଙ୍କର ଏହି ଚଳଚ୍ଚିତ୍ର ପାଇଁ ତାଙ୍କ ବ୍ୟତୀତ ତାଙ୍କ ପରିବାର ଲୋକେ ବି ଖୁବ୍‌ ଉତ୍ସାହିତ ଥିବା ଜାଣିବାକୁ ମିଳିଛି। ରଣବୀର ନିଜ ଭଉଣୀ ରିଦ୍ଧିମାଙ୍କ ବିଷୟରେ କହିଛନ୍ତି କି ସେ ଅବଶ୍ୟ ତାଙ୍କ ଭାଇ ରଣବୀରଙ୍କର କିଛି ଚଳଚ୍ଚିତ୍ର ରିଲିଜ୍‌ ହେଲେ ହଲ୍‌ ଯାଇ ଦେଖନ୍ତି। ମାତ୍ର ତାଙ୍କର ଚଳଚ୍ଚିତ୍ର ଦୁନିଆ ପ୍ରତି ବିଶେଷ ଦୁର୍ବଳତା ନାହିଁ। ସେ ସବୁବେଳେ ନିଜ କାମରେ ହିଁ ମଗ୍ନ ରହନ୍ତି।

ସେହିପରି ଆପଣଙ୍କ ଜାଣିଥିବେ ରଣବୀରଙ୍କର ନିଜ ଭଉଣୀ ରିଦ୍ଧିମାଙ୍କ ବ୍ୟତୀତ କରିସ୍ମା ଓ କରୀନା ମଧ୍ୟ ଦୁଇ ଭଉଣୀ। ପରସ୍ପରଙ୍କ ସହ ସେମାନଙ୍କର ଖୁବ୍‌ ଭଲ ପଡ଼େ ମଧ୍ୟ। ମାତ୍ର ରୀଣବୀର ନିକଟରେ ଏକ ଖୁଲାସା କରିଛନ୍ତି ଯେ ସେ ଭଉଣୀ କରୀନାଙ୍କ ସହ ବିଶେଷ କଥାବାର୍ତ୍ତା କରନ୍ତି ନାହିଁ। ତେବେ ଆପଣଙ୍କର ଉତ୍ସୁକତା ବଢ଼ି ଯିବଣି ନିଶ୍ଚୟ। ତାହାଲେ ରଣବୀର ଘରେ କାହା ସହ ବେଶି କଥା ହେବାକୁ ପସନ୍ଦ କରନ୍ତି? ସେ ବ୍ୟକ୍ତି ଜଣକ ହେଉଛନ୍ତି ରଣବୀରଙ୍କ ଭିଣୋଇ ତଥା କରୀନାଙ୍କ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ। ଏପରିକି ଗତବର୍ଷ ରଣବୀର ଏବଂ ସୈଫ୍‌ ଅଲ୍ଲୀଙ୍କର ଗୁଡ଼ାଏ ଫଟୋ ଭାଇରାଲ୍‌ ହୋଇଥିଲା।

ସମ୍ବନ୍ଧିତ ଖବର