ସାୟରା ବାନୋ ପିଲା ଦିନରୁ ଈଶ୍ୱରଙ୍କୁ କ’ଣ ପ୍ରାର୍ଥନା କରୁଥିଲେ ?

ପରଦା ଉପରେ ନାୟକ-ନାୟିକାଙ୍କ ରୋମାନ୍‌ସକୁ ଦେଖିଲେ ଲାଗେ ଯେଉଁମାନେ ଏତେ ସୁନ୍ଦର ପ୍ରେମ କରୁଛନ୍ତି,ପରଦା ବାହାରେ ବି ତ ସେମାନଙ୍କ ପ୍ରେମ କେତେ ‘ମଜାଜାର୍‌ ହୋଇ ନ ଥିବ!ଏକଥା କେତେକ ରିଲ୍‌ରୁ ରିଅଲ୍‌ ଲାଇଫ୍‌ ବନିଥିବା ଯୋଡ଼ିଙ୍କ କ୍ଷେତ୍ରରେ ସତ ବି ହୋଇଛି।ଏହି ଭଳି ଏକ ଆଦର୍ଶ ଯୋଡ଼ି ହେଲେ ଦିଲୀପ କୁମାର-ସାୟାରା ବାନୋଙ୍କ ଯୋଡ଼ି।

photo-bollywoodshaadis.com

ଦିଲୀପ କୁମାର ନିଜର ପାରିବାରିକ ଦାୟିତ୍ୱ ଯୋଗୁଁ ଚାପରେ ରହି ୪୪ ବର୍ଷ ବୟସ ହେବା ଯାଏଁ ବିବାହ କରିନଥିଲେ। ୧୯୬୬ ମସିହା ଅକ୍ଟୋବର ୧୧ ତାରିଖରେ ସେ ୨୨ ବର୍ଷୀୟା ଅଭିନେତ୍ରୀ ସାୟରା ବାନୋଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତା’ ପୂର୍ବରୁ ଟ୍ରାଜେଡ଼ି କିଙ୍ଗ୍‌ ଦିଲୀପ ଥିଲେ ‘ଦ ମୋଷ୍ଟ୍‍ ଏଲିଜିବୁଲ୍‌ ବ୍ୟାଚେଲର୍‌’। ବିବାହ ଘୋଷଣା ହେବା ମାତ୍ରେ ସାରା ସିନେଜଗତ ଖୁସିରେ ଉଚ୍ଛଳି ପଡ଼ିଥିଲା।
ଦିଲୀପ କୁମାର ଓ ସାୟାରା ବାନୋଙ୍କ ବିବାହ ପାରଂପାରିକ ମୁସ୍‌ଲିମ୍‌ ରୀତିନୀତିରେ ହୋଇଥିଲା।ଏହି ବାରାତ୍‌ର ସବୁଠୁଁ ଆଗରେ ଥିଲେ ପୃଥ୍ଵୀରାଜ୍‌ କପୁର୍‌। ସୋ’ ମ୍ୟାନ୍‌ ରାଜ୍‌ କପୁର,ଏଭର ଗ୍ରୀନ୍‌ ଦେବ ଆନନ୍ଦ ମଧ୍ୟ ଏଥିରେ ସାମିଲ୍‌ ହୋଇଥିଲେ। ବାରାତ୍‌ରେ ଆତସବାଜି ସାଙ୍ଗକୁ ଗୀତ ନାଚରେ ମାହୋଲ ଏକଦମ୍‌ ଆନନ୍ଦମୟ ହୋଇ ଉଠିଥିଲା।

ସାୟରା ବାନୋ ଅଭିନେତ୍ରୀ ନସୀମ୍‌ ବାନୋଙ୍କ କନ୍ୟା ଥିଲେ। ନସୀମ୍‌ ଜଣେ ଧନାଢ଼୍ୟ ବ୍ୟକ୍ତି ମିୟାଁ ଇସାନ୍‌ ଉଲ୍‌ ହକ୍‌ଙ୍କୁ ବାହା ହୋଇଥିଲେ। ଇସାନ୍‌ ନସୀମଙ୍କୁ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ କରାଇବା ଲାଗି କେତୋଟି ହିନ୍ଦୀ ସିନେମାର ପ୍ରଯୋଜନା କରିଥିଲେ। ୧୯୪୪ ମସିହା ଅଗଷ୍ଟ ୨୩ ତାରିଖରେ ସାୟାରା ବାନୋଙ୍କ ମସୌରୀଠାରେ ହୋଇଥିଲା।ଏହାର କିଛି ବର୍ଷ ପରେ ଇସାନ୍‌ ଓ ନସୀମ୍‌ଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଆସିଲା ଏବଂ ସେ ଦୁହିଁଙ୍କର ‘ତଲାକ୍‌’ ହୋଇଗଲା।

ଭାରତ-ପାକ୍‌ ବିଭାଜନ ପରେ ଇସାନ୍‌ ପାକିସ୍ତାନର କରାଚୀକୁ ଚାଲିଗଲେ ଏବଂ ନସୀମ୍‌ ମୁମ୍ବାଇରେ ହିଁ ରହିଗଲେ। ସମୟକ୍ରମେ ନସୀମ୍‌ ଝିଅ ସାୟରା ଓ ପୁଅ ସୁଲତାନ୍‌କୁ ନେଇ ଲଣ୍ଡନ ଚାଲିଗଲେ। ସାୟରା ଲଣ୍ଡନରେ ପଢ଼ିଲେ। ପିଲାଦିନରୁ ସେ ଇଶ୍ୱରଙ୍କୁ ପ୍ରାର୍ଥନା କରି କହୁଥିଲେ ଯେ ସେ ଜଣେ ବଡ଼ ଅଭିନେତ୍ରୀ ହୋଇ ଶ୍ରୀମତୀ ଦିଲୀପ କୁମାର ହେବେ। ଏହି ସ୍ୱପ୍ନ ମଧ୍ୟ ସାକାର ହେଲା ତାଙ୍କର। ଦିଲୀପ କୁମାରଙ୍କୁ ବିବାହ କରିବା ପୂର୍ବରୁ ସାୟରା ବାନୋ ଜଣେ ଲୋକପ୍ରିୟ ଅଭିନେତ୍ରୀ ହୋଇ ସାରିଥିଲେ।

photo-freepressjournal.in

୧୯୬୧ରେ ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଜଙ୍ଗଲୀ’ ମୁକ୍ତିଲାଭ କରିଥିଲା। ଶମ୍ମୀ କପୁର ଓ ସାୟାରା ବାନୋ ଷ୍ଟାରର୍‌ ଏହି ସିନେମା ସୁପରହିଟ୍‌ ମଧ୍ୟ ହୋଇଥିଲା। ବିବାହ ପୂର୍ବରୁ ସାୟାରା ବାନୋ ଅନ୍ୟ ଯେଉଁସବୁ ସିନେମାରେ ନଜର ଆସିଥିଲେ ସେଗୁଡିକ ମଧ୍ୟରେ ଥିଲା ‘ଶାଦି’,ବ୍ଲଫ୍‌ ମାଷ୍ଟର୍‌’,‘ଦୂରକି ଆଓ୍ଵାଜ୍‌’,‘ଆଓ ପ୍ୟାର୍‌ କରେଁ’, ‘ଆୟୀ ମିଲନକି ବେଲା’,‘ଏପ୍ରିଲ ଫୁଲ୍‌’ ଇତ୍ୟାଦି। ପିଲା ଦିନରୁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଅବଶେଷରେ ସତ ହୋଇଥିଲା ଏବଂ ସେ ଶ୍ରୀମତୀ ଦିଲୀପ କୁମାର ହୋଇଥିଲେ। ସାୟରା ଏଯାବତ ଦିଲୀପ କୁମାରଙ୍କ ସୁଖ ଦୁଃଖର ସାଥୀ ହୋଇ ରହିଛନ୍ତି ।

ସମ୍ବନ୍ଧିତ ଖବର