ସଲିମ ଖାନ୍‌ ବଖାଣିଲେ ଦୁଃଖ : ସଲମାନଙ୍କୁ କଏଦୀ ନମ୍ବର ୩୪୩ ଡ଼କାଯାଉଥିବା ବହୁତ ଆଘାତ ଦେଇଥିଲା

ମୁମ୍ବାଇ : ସଲମାନ ଖାନ୍‌ଙ୍କର ବାପା ସଲିମ୍‌ ଖାନ୍‌ଙ୍କ ସହ କେତେ ନିବିଡ଼ ସଂପର୍କ  ତାହା ସମସ୍ତଙ୍କୁ ଜଣା । ଭାରତ ଏବଂ ଭାରତ ବାହାରେ ସଲମାନ ଏତେ ନାଁ କମାଇଥିବା ବେଳେ ଏବେ ବି ସେ ନିଜ ବାପାଙ୍କୁ ପୂର୍ବ ଭଳି ସମ୍ମାନ କରୁଛନ୍ତି । ଦୁନିଆ ପାଇଁ ସେ ବଡ଼ ସୁପରଷ୍ଟାର ହୋଇଥିବା ବେଳେ ଘରେ ସେ ସାଧାରଣ ପରିବାରର ସଦସ୍ୟ ହୋଇ ରହିଥାନ୍ତି । ତେବେ ତାଙ୍କ ବାପା ସଲିମ ଖାନ୍‌ ନିଲେଶ ମିଶ୍ରାଙ୍କ ଚାଟ୍‌ ସୋ’ରେ ଯୋଗ ଦେଇ ସଲମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜଣାଇବା ସହ ପୁରୁଣା ଦିନକୁ ମନେ ପକାଇଥିଲେ ।

aajtak.intoday.in

ଦୁର୍ଘଟଣା ମାମଲାରେ ସଲମାନଙ୍କୁ ୧୮ଦିନ ଜେଲ ହୋଇଥିଲା । ସେତେବେଳେ କେହି ତାଙ୍କୁ ସଲମାନ ଖାନ୍‌ ନ ଡ଼ାକି ସମସ୍ତେ କଏଦୀ ନମ୍ବର ୩୪୩ବୋଲି ଡ଼ାକିବା ଆରମ୍ଭ କରି ଦେଇଥିଲେ । ଆମେ ଜେଲକୁ ଦେଖା କରିବାକୁ ଯାଇଥିବା ବେଳେ ସମସ୍ତେ କହୁଥିଲେ କଏଦୀ ନମ୍ବର ୩୪୩କୁ ନେଇ ଆସ । ଯେତେବେଳେ ଆମେ ପଛକୁ ଦେଖିଥିଲୁ ପଛପଟୁ ସଲମାନ ଆସୁଥିଲେ । ଏହା ଦେଖି ମୋତେ ବହୁତ ଦୁଃଖ ହୋଇଥିଲା । ସଲମାନ ଜେଲ୍‌ରେ ଥିବା ବେଳେ ଆମେ ଖାଇବାଠାରୁ ଆରମ୍ଭ କରି ଏସି ଲଗାଇବା ପର୍ଯ୍ୟନ୍ତ ତାଙ୍କ କଥା ଭାବୁଥିଲୁ ବୋଲି ସାକ୍ଷାକାରରେ କହିଥିଲେ ସଲିମ୍‌ ଖାନ୍‌ ।

ସମ୍ବନ୍ଧିତ ଖବର