ସଲମାନଙ୍କୁ ମିଳିଲା ଆଶ୍ୱସ୍ତି : ଏବେ ବିଦେଶ ଯିବା ପୂର୍ବରୁ ନେବାକୁ ପଡ଼ିବ ନାହିଁ ଅନୁମତି

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କୁ ଏବେ ମୁକ୍ତି ମିଳିଛି । ସବୁ ଥର ବିଦେଶ ଯିବା ପୂର୍ବରୁ ତାଙ୍କୁ ଅଦାଲତଙ୍କଠାରୁ ଅନୁମତି ନେବାକୁ ପଡ଼ୁଥିବା ବେଳେ ଏବେ ତାଙ୍କୁ ସେପରି କରିବାକୁ ପଡ଼ିବ ନାହିଁ । ଯୋଧପୁର ଅଦାଲତ ସଲମାନଙ୍କୁ ଏଥିରୁ ମୁକ୍ତି ଦେବା ସହ ଏବେ ତାଙ୍କୁ ବିଦେଶ ଯିବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ ନାହିଁ ବୋଲି ରାୟ ଦେଇଛନ୍ତି ଅଦାଲତ । ଏହି ଖବରର ଖୁଲାସା କରିଛନ୍ତି ସଲମାନଙ୍କ ଓକିଲ ଏଚ୍‌ଏମ୍‌ ସାରସ୍ୱତ୍‌ । ତାଙ୍କ କହିବା ଅନୁଯାୟୀ, ସଲମାନଙ୍କୁ ଏବେ ଅଦାଲତଠାରୁ ଅନୁମତି ମାଗିବାକୁ ପଡ଼ିବ ନାହିଁ । କିନ୍ତୁ ସେ କେଉଁଠିକୁ ଯାଉଛନ୍ତି,କେଉଁଠି ରହୁଛନ୍ତି,ଯାତ୍ରାର ସମୟ ଏବଂ ତାରିଖ ଏବଂ କ’ଣ ପାଇଁ ଯାଉଛନ୍ତି ସେ ବିଷୟରେ ଜଣାଇବାକୁ ପଡ଼ିବ ।

Mid-Day

ସୂଚନା ମୁତାବକ, କୃଷ୍ଣସାର ମୃଗ ହତ୍ୟା ମାମଲାକୁ ନେଇ ସଲମାନଙ୍କୁ ଯୋଧପୁର ଅଦାଲତ ବିଦେଶ ଯିବା ପୂର୍ବରୁ ଅନୁମତି ନେବାକୁ ହେବ ବୋଲି କହିଥିଲେ । ଏବେ ଏଥିରେ ପରବର୍ତ୍ତନ କରାଯାଇ ତାଙ୍କୁ ଆଉ ଅନୁମତି ନେବାକୁ ପଡ଼ିବ ନାହିଁ ବୋଲି ଅଦାଲତ କହିଛନ୍ତି।

ସମ୍ବନ୍ଧିତ ଖବର