କ’ଣ ପାଇଁ ଅନ୍‌ସ୍କ୍ରିନ୍‌ ଚୁମ୍ବନ ଦିଅନ୍ତି ନାହିଁ ସଲମାନ ଖାନ୍‌? ସାମ୍ନାକୁ ଆସିଲା କାରଣ

ମୁମ୍ବାଇ: ୫୩ବର୍ଷରେ ପାଦ ଦେଇଥିଲେ ମଧ୍ୟ ଏବେ ବି ଦବଙ୍ଗ ଖାନ୍‌ ସଲମାନଙ୍କ କ୍ରେଜ୍‌ ଦର୍ଶକମାନଙ୍କ ମଧ୍ୟରେ ରହିଛି । ତାଙ୍କର ଗୋଟେ ଲୁକ୍‌ ପାଇଁ ଝିଅମାନେ ଏବେ ବି ପାଗଳ । ତେବେ ଫିଲ୍ମରେ ଅନ୍ୟ ସବୁ ଅଭିନେତାମାନଙ୍କୁ ନିଜ ନିଜ ଅଭିନେତ୍ରୀଙ୍କୁ ଚୁମ୍ବନ ଦେଉଥିବାର ଦୃଶ୍ୟ ରହିଥିବା ବେଳେ ସଲମାନ ଏ ପର୍ଯ୍ୟନ୍ତ ଅନ୍‌ସ୍କ୍ରିନ୍‌ କୌଣସି ଅଭିନେତ୍ରୀଙ୍କୁ ଚୁମ୍ବନ ଦେଇ ନାହାନ୍ତି । କିଛି କଳାକାର ଅନ୍ତରଙ୍ଗ ଦୃଶ୍ୟକୁ ସଫଳତା ପାଇବାର ଏକମାତ୍ର ବାଟ ଭାବୁଥିବା ବେଳେ କୌଣସି ଅନ୍ତରଙ୍ଗ ଦୃଶ୍ୟ ନ କରି ଆଜି ସେ ବଲିଉଡ୍‌ର ଟାଇଗର ପାଲଟିଛନ୍ତି । ତେବେ ସେ କ’ଣ ପାଇଁ ଅନ୍‌ସ୍କ୍ରିନ୍‌ କୌଣସି ଅଭିନେତ୍ରୀଙ୍କୁ ଚୁମ୍ବନ ଦିଅନ୍ତି ନାହିଁ ତାହାର କାରଣ ଏବେ ସ୍ପଷ୍ଟ ହୋଇଛି ।

India Today

ସୂଚନା ମୁତାବକ, ସଲମାନ ଦ କପିଲ ଶର୍ମା ସୋ’ରେ ପହଞ୍ଚିଥିବା ବେଳେ ତାଙ୍କ ସହ ଥିଲେ ତାଙ୍କର ଦୁଇ ଭାଇ ଅର୍‌ବାଜ୍‌ ଖାନ୍‌ ଏବଂ ସୋହେଲ ଖାନ୍‌ । ଏହି ସମୟରେ କପିଲ ସଲମାନଙ୍କୁ, ଯଦି ଆପଣ ଆପଣଙ୍କ ଅଭିନେତ୍ରୀଙ୍କୁ ଭଲ ଭାବରେ ଜାଣି ନାହାନ୍ତି, ତେବେ ତାଙ୍କ ସହ କାମ କରିବା ପାଇଁ ଆପଣ ସହଜ ମନେ କରିବେ କି? ବୋଲି ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ, ମୁଁ ତ କାହାକୁ ଚୁମ୍ବନ ଦିଏ ନାହିଁ ସେଥି ପାଇଁ ମୋତେ ଅଜଣା ଅଭିନେତ୍ରୀଙ୍କ ସହ କାମ କରିବାରେ କୌଣସି ଅସୁବିଧା ହୁଏ ନାହିଁ ବୋଲି କହିଥିଲେ ସଲମାନ । ଏହା ଶୁଣି ଅର୍‌ବାଜ୍‌ ଜୋରରେ ହସିବା ସହ ପରଦା ପଛରେ ଭାଇ ଏତେ କରନ୍ତି କି, ତାଙ୍କୁ ପରଦା ଆଗରେ କିଛି କରିବାକୁ ପଡ଼େ ନାହିଁ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର