ମା’ଙ୍କ ସୁବିଧା ପାଇଁ ଏକ କୋଟି ଟଙ୍କାର ଗାଡ଼ି ଉପହାରରେ ଦେଲେ ସଲମାନ, କିନ୍ତୁ ଏହି କାରଣ ପାଇଁ ବ୍ୟବହାର କରି ପାରିବେ ନାହିଁ ସଲ୍‌ମା

ମୁମ୍ବାଇ: ଏବେ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି ଟାଇଗର ସଲମାନ ଖାନ୍‌ । ପୂର୍ବ କିଛି ଫିଲ୍ମ ସଫଳ ହୋଇ ପାରି ନଥିବାରୁ ସେ ଫିଲ୍ମ ଭାରତକୁ ନେଇ ବେଶ ସଚେତନ ଥିବା ଜଣା ପଡ଼ିଛି । ତେବେ ଏତେ ସବୁ କାମ ଭିତରେ ସେ ନିଜ ପରିବାରର ଧ୍ୟାନ ମଧ୍ୟ ଠିକ୍‌ ଭାବରେ ରଖୁୁଥିବା ଦେଖା ଯାଇଛି । ମା’ଙ୍କ ଅସୁବିଧା ବିଷୟରେ ଜାଣି ତାଙ୍କ ସମସ୍ୟାର ସମାଧାନ କରିଛନ୍ତି ସଲମାନ ।

Bollywoodlife.com

ସୂଚନା ମୁତାବକ, ସଲ୍‌ମା ଖାନ୍‌ ନିଜର ନିତି ଦିନିଆ କାମ ପାଇଁ ଏକ କାର୍‌ କିଣିବାର ଯୋଜନା କରୁଥିଲେ । ଏ ବିଷୟରେ ସଲମାନ ଜାଣିବା ପରେ ନିଜ ମା’ଙ୍କୁ ଏକ କୋଟି ଟଙ୍କାର ଏସ୍‌ୟୁଭି କାର୍‌ କିିଣି ଉପହାରରେ ଦେଇଥିଲେ । କିନ୍ତୁ କାର୍‌ର ଉଚ୍ଚତା ଦେଖି ସଲ୍‌ମା ଏହାକୁ ବ୍ୟବହାର କରି ପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । କାର୍‌ରେ ବସିବା ଏବଂ ଓହ୍ଲାଇବାକୁ ସଲ୍‌ମାଙ୍କୁ କଷ୍ଟ ହେବ ବୋଲି ସେ ଏହାକୁ ବ୍ୟବହାର ନ କରି ପାରନ୍ତି ବୋଲି କୁହାଯାଉଛି । ତେବେ ସଲ୍‌ମା ପୁଅ ଦେଇଥିବା ଉପହାରକୁ ବ୍ୟବହାର କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର