ହୃଦ୍‌ଘାତର ଶିକାର ହୋଇ ଚିକିତ୍ସିତ ହେଉଥିବା ସହକଳାକାରଙ୍କ ମେଡିକାଲ ବିଲ୍‌ ଭରିଲେ ସଲମାନ

ମୁମ୍ବାଇ : ଅଭିନୟ ସହ ନିଜର ଦୟାଳୁ ହୃଦୟ ପାଇଁ ଅନେକ ସମୟରେ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଥାନ୍ତି ଅଭିନେତା ସଲମାନ ଖାନ୍‌ । ଏବେ ପୁଣି ସେ ନିଜର ଜଣେ ସହ କଳାକାରଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ।

Image result for salman khan
Filmfare.com

ସୂଚନା ମୁତାବକ, ‘ଦବଙ୍ଗ’ରେ ପିଚ୍‌କାରୀ ଯାଦବ ଚରିତ୍ରରେ ନଜର ଆସିଥିବା ଅଭିନେତା ଦଧି ପାଣ୍ଡେଙ୍କର ହଠାତ୍‌ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖିଥିଲେ ଡାକ୍ତର । ଏ ନେଇ ସଲମାନଙ୍କୁ ସୂଚନା ମିଳିବା ପରେ ସେ ଡାକ୍ତରଖାନାରେ ପହଞ୍ଚି ଦଧି ପାଣ୍ଡେଙ୍କର ସମସ୍ତ ମେଡିକାଲ ବିଲ୍‌ ଭରିଥିଲେ । ଏ ନେଇ ଦଧିଙ୍କୁ ପଚରାଯିବା ପରେ, ସଲମାନଙ୍କ ବିଷୟରେ ଯେତେ କହିଲେ ବି କମ ହେବ । ତାଙ୍କ ଭଳି ଦୟାଳୁ ମଣିଷ ମୁଁ ଦେଖିନାହିଁ । ସେ ସମସ୍ତଙ୍କ ଅସୁବିଧାରେ ଠିଆ ହେବା ପାଇଁ ପଛାନ୍ତି ନାହିଁ ।

ସମ୍ବନ୍ଧିତ ଖବର