ଅର୍‌ବାଜଙ୍କ ଠାରୁ ଛାଡ଼ପତ୍ର ନେବାର ୨ବର୍ଷ ପରେ ମଲ୍ଲାଇକା ନେଲେ ଏଭଳି ନିଷ୍ପତ୍ତିି,  ଯାହାକୁ ଶୁଣି ହତବାକ୍‌ ହୋଇଗଲେ ସଲମାନ

ମୁମ୍ବାଇ: ମଲ୍ଲାଇକା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । କିଛି ଦିନ ତଳେ ଅର୍ଜୁନ ଏବଂ ମଲ୍ଲାଇକାଙ୍କୁ ଏକ ଫ୍ୟାସନ ସୋ’ରେ ଏକା ସାଙ୍ଗରେ ଦେଖାଯାଇଥିବା ବେଳେ ଏବେ ମଲ୍ଲାଇକା ଅର୍ଜୁନଙ୍କ ସହ ଥିବା ସଂପର୍କକୁ ଆଗକୁ ବଢ଼ାଇବା ପାଇଁ ଚାହୁଁଥିବା ଜଣା ପଡ଼ିଛି । କିଛି ମାସ ସେ ଅର୍ଜୁନଙ୍କଠାରୁ ଅଲଗା ରହିବା ପରେ ଏବେ ଦୁହେଁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି । ହେଲେ, ମଲ୍ଲାଇକାଙ୍କ ଏହି ନିଷ୍ପତ୍ତିି ଶୁଣି ସଲମାନ ହତବାକ୍‌ ହୋଇଯାଇଥିବା ଜଣା ପଡ଼ିଛି ।

ଅନ୍ୟ ପକ୍ଷରେ ମଲ୍ଲାଇକା ଏହି ନିଷ୍ପତ୍ତି ଅର୍‌ବାଜ୍‌ଙ୍କ ପାଇଁ ନେଇଥିବା କୁହାଯାଉଛି । ଅର୍‌ବାଜ ନିଜ ପ୍ରେମିକା ଜର୍ଜିଆଙ୍କୁ ବିବାହ କରିବେ ବୋଲି କହୁଥିବା ବେଳେ ମଲ୍ଲାଇକା ମଧ୍ୟ ଅର୍ଜୁନଙ୍କ ସହ ନିଜ ସଂପର୍କକୁ ଆଗକୁ ନେବା କଥା ଭାବୁଛନ୍ତି । ଯଦି ଅର୍‌ବାଜ୍‌ ଛାଡ଼ପତ୍ର ପରେ ପ୍ରେମିକା ରଖିପାରିବେ ତେବେ ମୁଁ କାହିଁକି ନୁହଁ ବୋଲି କହି ମଲ୍ଲାଇକା ମଧ୍ୟ ଏବେ ଅର୍ଜୁନଙ୍କ ସହ ପୁଣି ଦେଖା ହେବା ଆରମ୍ଭ କରିଛନ୍ତି ।

T2 Online

ସୂଚନା ମୁତାବକ, ମଲ୍ଲାଇକା ଏବଂ ଅର୍ଜୁନଙ୍କ ସଂପର୍କକୁ ନେଇ ସଲମାନ ଖୁସି ନଥିବାରୁ ବୋନି କପୁର ଅର୍ଜୁନଙ୍କୁ ମଲ୍ଲାଇକାଙ୍କ ଠାରୁ ଦୂରେଇ ରହିବା ପାଇଁ କହିଥିଲେ । ଯାହା ପରେ ଅର୍ଜୁନ ମଲ୍ଲାଇକାଙ୍କୁ ଦେଖା ଦେବା ବନ୍ଦ କରି ଦେଇଥିଲେ । କିନ୍ତୁ ଏବେ ଅର୍‌ବାଜ ଦ୍ୱିତୀୟ ବିବାହ କଥା ଭାବୁଥିବାରୁ ମଲ୍ଲାଇକା ମଧ୍ୟ ଅର୍ଜୁନଙ୍କ ସହ ଦେଖା ଆରମ୍ଭ କରିଛନ୍ତି । ଯାହାକୁ ଦେଖି ସଲମାନଙ୍କୁ ଶକ୍ତ ଧକ୍କା ଲାଗିଛି ।

ସମ୍ବନ୍ଧିତ ଖବର