ବଲିଉଡ୍‌ର ଏହି ଯୋଡ଼ିକୁ ପାଓ୍ଵାର କପୁଲ ବୋଲି ଭାବନ୍ତି ସଲମାନ ଖାନ୍‌

ମୁମ୍ବାଇ : ସଲମାନ ଖାନ୍‌ ‘ବିଗ୍‌ବସ୍‌-୧୨’ ଟ୍ରେଲରର ସୁଟିଂ କରୁଥିବା ବେଳେ ଅନେକ ମଜାଦାର କଥାର ଖୁଲାସା କରିଛନ୍ତି । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯିବା ପରେ ଏବେ ଭାଇରାଲ ହେବାରେ ଲାଗିଛି । ସବୁଠାରୁ ବଡ଼ କଥା ହେଲା ଏହି ଭିଡ଼ିଓରେ ସେ ବଲିଉଡ୍‌ରେ କାହାକୁ ପାଓ୍ଵାର କପୁଲ ବୋଲି ମାନନ୍ତି ସେ ବିଷୟରେ ଜଣାଇଛନ୍ତି। ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କୁ ସେ ପାଓ୍ଵାର କପୁଲ ମାନନ୍ତି ବୋଲି ସଲମାନ କହିଥିଲେ । ଏହା ସହ ସବୁଠାରୁ ମଜାଦାର କପୁଲ କିଏ ବୋଲି ପଚରାଯିବା ପରେ ସେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ନାଁ ନେଇ ଥିବାର ଦେଖା ଯାଇଛି ।

Free Press Journal

ଏହା ସହ ନିଜର ଏବଂ ସଞ୍ଜୟ ଦତ୍ତଙ୍କ ଯୋଡ଼ିକୁ ସବୁଠାରୁ ଭଲ ଯୋଡ଼ି ବିଚାର କରନ୍ତି ବୋଲି କହିଥିଲେ ସଲମାନ । ତାଙ୍କର ଏବଂ ସଞ୍ଜୟ ଦତ୍ତଙ୍କ ଯୋଡ଼ି ସହ କେହି ସମାନ ହୋଇ ପାରିବେ ନାହିଁ ବୋଲି ସଲମାନ କହିଥିଲେ । ସୂଚନା ମୁତାବକ, ବିଗ୍‌ ବସ୍‌-୧୨ର ପ୍ରଥମ ପ୍ରମୋ ଭିଡ଼ିଓ ଆସି ସାରିଥିବା ବେଳେ ସେପ୍ଟେମ୍ବର ୧୨ରୁ ଆରମ୍ଭ ହେବାକୁ ଯାଉଛି ବିଗ୍‌ବସ୍‌-୧୨ ।

ସମ୍ବନ୍ଧିତ ଖବର