ଗତବର୍ଷ ରିଲିଜ୍ ହୋଇଥିବା ‘ଟାଇଗର୍ ଜିନ୍ଦା ହୈ’ର ବିପୁଳ ସଫଳତା ପରେ ସଲ୍ମାନ୍ ଖାଁ ଏଇ ଇଦ୍ରେ ବଡ଼ ପରଦାକୁ ଫେରୁଛନ୍ତି ଷ୍ଟାଇଲିସ୍ ଆକ୍ସନ୍ ଫିଲ୍ମ ‘ରେସ୍ ୩’ ଜରିଆରେ। ଏ ଫିଲ୍ମରେ ତାଙ୍କ ସହିତ ଆହୁରି ଅଛନ୍ତି ବବି ଦେଓଲ୍, ଜାକ୍ଲିନ୍ ଫର୍ନାଣ୍ଡେଜ୍, ସକିବ୍ ସଲିମ୍, ଡେସି ଶାହ୍ ଓ ଅନୀଲ୍ କପୁର୍ ପ୍ରମୁଖ। ଆମେ ଗତ ସପ୍ତାହରେ ଆପଣଙ୍କୁ କହିଥିଲୁ ଯେ ଏଇ ଫିଲ୍ମଟି ଜରିଆରେ ସଲ୍ମାନ୍ ଭାଇ ଗୀତିକାର ଭାବେ ନୂଆ ପରିଚୟ ଆରମ୍ଭ କରିବାକୁ ଯାାଉଛନ୍ତି। ଅର୍ଥାତ୍- ସେ ଏଥିରେ ଥିବା ଏକ ଗୀତ ଲେଖିଛନ୍ତି। ଏ ଗୀତଟିକୁ ଗାଇବେ ଆତିଫ୍ ଅସ୍ଲମ୍, ସଙ୍ଗୀତ ନିର୍ଦ୍ଦେଶନା ଦେବେ ବିଶାଳ ମିଶ୍ର। ଏବେ ଚର୍ଚ୍ଚା ହେଉଛି ଯେ ସଲ୍ମାନ୍ଙ୍କ ବିଦେଶିନୀ ପ୍ରେମିକା ଲୁଲିଆ ଭନ୍ତୁର୍ ଏ ଗୀତକୁ ଆତିଫ୍ଙ୍କ ସହିତ ଗାଇବେ। ସେ ଗୀତ ପାଇଁ ଜଣେ ଗାୟିକା ଆବଶ୍ୟ ଥିଲେ। ସଲ୍ମାନ୍ ସେଥିପାଇଁ ଲୁଲିଆଙ୍କ ନାଁ ସୁପାରିଶ କରିଛନ୍ତି।
ପାଠକେ ଜାଣିଥିବେ କି ନାଇଁ, ଏକଦା ସଲ୍ମାନ୍ ଓ ଲୁଲିଆଙ୍କ ପ୍ରେମକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା। ଲୁଲିଆଙ୍କୁ ସଲ୍ମାନ୍ଙ୍କ ପରିବାର ଲୋକେ ବି ପସନ୍ଦ କରୁଛନ୍ତି ବୋଲି ଶୁଣା ଯାଉଥିଲା। କିନ୍ତୁ ପରେ ପୁଣି ଚର୍ଚ୍ଚା ହେଲା ଯେ ସେମାନଙ୍କର ପ୍ରେମ ଭାଙ୍ଗି ଯାଇଛି। ତେବେ ଉପରୋକ୍ତ ଗୀତର ଖବର ପୁଣି ଚର୍ଚ୍ଚାର ଦିଗକୁ ବଦଳାଇ ଦେଇଛି। ଭାଇ ଓ ଲୁଲିଆଙ୍କ ପ୍ରେମ ଯେ ଗୋପନରେ ଜାରି ରହିଛି, ୟା’ଠୁ କ’ଣ ଆଉ କିଛି ବଡ଼ ପ୍ରମାଣ ଅଛି!!