ସୋନମ୍‌ଙ୍କ ମାଆଙ୍କୁ ଦେଖି ସଲମାନ ଓ ଶାହାରୁଖ ବନିଲେ ‘କରଣ-ଅର୍ଜୁନ’: ସୁନିତା କହିଲେ ଏମାନଙ୍କ କବଳରୁ କେହିତ ରକ୍ଷା କର

ନୂଆଦିଲ୍ଲୀ: ବଲିଉଡ୍‌ ସେଲିବ୍ରିଟିଙ୍କୁ ଏକାଠି ଦେଖିବାର ସୁଯୋଗ ଖୁବ୍‌ କମ୍‌ ମିଳିଥାଏ। ମଙ୍ଗଳବାର ମୁମ୍ବାଇରେ ବଲିଉଡ୍‌ ସୁପରଷ୍ଟାର ସୋନମ୍‌ କପୁର ଓ ଆନନ୍ଦ କାରଜଙ୍କ ଆୟୋଜିତ ହୋଇଥିବା ବିବାହ ଭୋଜିରେ ବହୁ ବଲିଉଡ୍‌ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବା ସହିତ ସେମାନେ ଖୁବ୍‌ ଜବରଦସ୍ତ ମସ୍ତି କରୁଥିବାର ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର ହୋଇଛି। ଏହି ପାର୍ଟିରେ ବଲିଉଡ୍‌ କିଙ୍ଗ ଖାନ୍‌ ଓ ଦବଙ୍ଗ ଖାନ୍‌ ଅର୍ଥାତ ଶାହାରୁଖ ଖାନ୍‌ ଓ ସଲମାନ ଖାନ୍‌ ଏକାଠି ନଜର ଆସିଛନ୍ତି। ଶାହାରୁଖ ଓ ସଲମାନ୍‌ ବହୁ ବର୍ଷ ପୂର୍ବେ ସିନେମା ‘କରନ୍‌ ଓ ଅର୍ଜୁନ୍‌’ରେ ନଜର ଆସିଥିଲେ। ତେବେ ସୋନମଙ୍କ ବିବାହ ଭୋଜିରେ ପୁଣିଥରେ ଏଦୁହେଁ କରନ୍‌ ଓ ଅର୍ଜୁନ ବନିଥିବା ନଜର ଆସିଥିଲେ। ସିନେମାରେ ତାଙ୍କ ମା’ ବନିଥିବା ସୋନମ କପୁରଙ୍କ ମା’ ସୁନିତା କପୁର ବି ଏମାନଙ୍କ ସହିତ ମଜା କରୁଥିବା ଦେଖିବାକୁ ମିଳୁଛି।

ତେବେ ଏହି ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସଲମାନ ଓ ଶାହାରୁଖ ସିନେମା ‘କରନ୍‌ ଅର୍ଜୁନ୍‌’ ଗୀତ ‘ବନ୍ଧନ ତୋ ପ୍ୟାର୍‌ କା ବନ୍ଧନ ହୈ…’ର ଗୀତ ଗାଉୁଛନ୍ତି। ମଞ୍ଚରେ ସଲମାନ ଓ ଶାହାରୁଖଙ୍କ ସହିତ ଅନିଲ କପୁର ଓ ପତ୍ନୀ ସୁନିତ କପୁର ବି ନଜର ଆସୁଛନ୍ତି। ସଲମାନ ସୋନମ ମା’ଙ୍କ କାନି ଧରି ଗୀତ ଗାଉଛନ୍ତି। ତେବେ ସଲମାନ ଓ ଶାହାରୁଖଙ୍କ ଏଭଳି କାରନାମ ଦେଖି ସୁନିତା କହୁଛନ୍ତି, କେହି ଏମାନଙ୍କୁ ଅଟକାଅ, ଏହି କରନ୍‌ ଅଜୁନ୍‌ କବଳରୁ ମୋତେ କେହି ବଞ୍ଚାଅ। ମଞ୍ଚ ଉପରେ ଛିଡା ହୋଇଥିବା ଅନିଲ କପୁର ପତ୍ନୀଙ୍କ ଏଭଳି ଅବସ୍ଥା ଦେଖି ସ୍ମିତ ହସ ଦେଉଛନ୍ତି। ଶେଷରେ ସୋନମ ଆସି ଶାହାରୁଖ ଓ ସଲମାନଙ୍କ ଏହି ମଜାଦାର କାରନାମାରୁ ନିଜ ମାଆଙ୍କୁ ବଞ୍ଚାଉଛନ୍ତି।

ସମ୍ବନ୍ଧିତ ଖବର