ସଲମାନଙ୍କୁ ଆଉ ଅପେକ୍ଷା କରିବେନି ବୋନି କପୁର
ସଲମାନଙ୍କୁ ରିପ୍ଲେସ୍ କରିବେ ଅର୍ଜୁନ କପୁର
ମୁମ୍ବାଇ:ବଲିଉଡ ସୁପରଷ୍ଟାର୍ ସଲମାନ୍ ଖାନ୍ ଏବେ ଖୁବ୍ ବ୍ୟସ୍ତ। ସେ ସଂପ୍ରତି ରମେଶ ତୌରାନୀଙ୍କ ସୁପର ଆକସନ୍ ଥ୍ରିଲର ‘ରେସ୍-୩’ର ସୁଟିଂ କରୁଛନ୍ତି। ତେଣେ ରିଆଲିଟି ସୋ’ ବିଗ୍ ବସ୍ ପାଇଁ ବି ସମୟ ଦେଉଛନ୍ତି। ଏହାପରେ ସଲମାନ୍ ତାଙ୍କର ଅନ୍ୟ ଏକ ସିନେମା ‘ଭାରତ୍’ର ସୁଟିଂ କରିବେ। ଅପରପକ୍ଷରେ ସେ ରିଆଲିଟି ସୋ’ ‘ଦଶ୍ କା ଦମ୍’ର ବି ହୋଷ୍ଟ କରିବେ ବୋଲି ଜଣାଯାଇଛି। ଏ ଦୃଷ୍ଟିରୁ ସଲମାନ୍ ମାତ୍ରାଧିକ ବ୍ୟସ୍ତ ହେଉଥିବାର ଜାଣି ଜଣେ ପ୍ରଯୋଜକ ଆଉ ତାଙ୍କୁ ଅପେକ୍ଷା କରିବେନି । ଏହି ପ୍ରଯୋଜକ ହେଲେ ବୋନି କପୁର। ସେ ତାଙ୍କର ସୁପରହିଟ୍ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲ ‘ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି’ରେ ସଲମାନ୍ ଖାନଙ୍କୁ ନେବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ଢ଼େର ଦିନରୁ ଆପ୍ରୋଚ୍ କରିଥିଲେ । ହେଲେ ସଲମାନ୍ ତାଙ୍କୁ ଲଟକାଇ ରଖିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତଥାପି ବୋନି କପୁର ଅପେକ୍ଷା କରିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ସଲମାନ୍ ଖାନ୍‘ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି’ ପ୍ରତି ବିଶେଷ ଆଗ୍ରହ ଦେଖାଇ ନଥିବା ଜାଣିବା ପରେ ଅବଶେଷରେ ସେ ଆଉ ଅପେକ୍ଷା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସଲମାନଙ୍କୁ ଏହି ସିନେମାରେ ରିପ୍ଲେସ୍ କରିବେ ବୋନି କପୁରଙ୍କ ପୁଅ ଅର୍ଜୁନ କପୁର। ତେବେ ଏଥିରେ ଅନୀଲ କପୁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅନୀସ୍ ବଜମୀ। ଖୁବ୍ ଶୀଘ୍ର ‘ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି’ ଫ୍ଲୋରକୁ ଯିବ । କୁହାଯାଉଛି ଯେ ଅର୍ଜୁନ ଦିବାକର ବାନାର୍ଜୀଙ୍କ ‘ସନ୍ଦୀପ୍ ପିଙ୍କି ଫରାର୍’ କଂପ୍ଲିଟ୍ କରିବାପରେ ‘ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି’ରେ କାମ କରିବେ।