ସୋନମଙ୍କ ବିବାହ ଭୋଜିରେ ଅର୍ଜୁନ କପୁରଙ୍କୁ ଦେଖି ମୁହଁ ମୋଡ଼ି ଚାଲିଗଲେ ସଲମାନ ! କାରଣ ମଲ୍ଲାଇକାଙ୍କ ସହ ସଂପର୍କ ନୁହେଁ ତ

ମୁମ୍ବାଇ : ଏହି କିଛି ଦିନ ହେବ ନିଜ ବିବାହ ପାଇଁ ସୋସିଆଲ ମିଡ଼ିଆ ଏବଂ ସବୁ ନିଉଜ୍‌ ଚ୍ୟାନେଲମାନଙ୍କରେ ଛାଇ ରହିଛନ୍ତି ସୋନମ କପୁର । ଗତକାଲି ମୁମ୍ବାଇରେ ସେ ଦିଲ୍ଲୀର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିବା ବେଳେ ରାତିରେ ବିବାହର ଭୋଜି ରଖା ଯାଇଥିଲା । ଏହି ଗ୍ରାଣ୍ଡ ରିସେପ୍‌ସନ ପାର୍ଟିରେ ନଜର ଆସିଥିଲେ ଅନେକ ବଡ଼ ବଡ଼ ବଲିଉଡ଼ କଳାକାର । ସେହି ସମୟରେ ସାମ୍ନାସାମ୍ନି ହୋଇଥିଲେ ଟାଇଗର ଖାନ୍‌ ସଲମାନ ଏବଂ ଅର୍ଜୁନ କପୁର । ଦୁହେଁ ଦୁହିଁଙ୍କ ସାମ୍ନାରେ ଥାଇ ମଧ୍ୟ କେହି କାହା ସହ କଥା ହୋଇ ନ ଥିଲେ । ଏମିତି କି ସଲମାନ ଅର୍ଜୁନଙ୍କୁ ଦେଖି ନ ଦେଖିଲା ଭଳି ଚାଲି ଯାଇଥିଲେ ।
ଏବେ ବି ପୂର୍ବ କଥାକୁ ନେଇ ସଲମାନଙ୍କ ମନରେ ରାଗ ରହିଛି ବୋଲି ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।

Laughing Colours

ସୂଚନା ମୁତାବକ, କିଛି ଦିନ ତଳେ ସଲମାନଙ୍କ ଭାଇ ଅରବାଜ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ମଲ୍ଲାଇକା ଆରୋରା ଖାନ୍‌ଙ୍କ ମଧ୍ୟ ଝଗଡ଼ା ଆରମ୍ଭ ହୋଇଥିଲା । ଏମିତିକି ଦୁଇ ଜଣ ଦୁଇ ଜଣଙ୍କୁ ଛାଡ଼ପତ୍ର ମଧ୍ୟ ଦେଇଥିଲେ । ତେବେ ଏ ସବୁ ପଛରେ ଅର୍ଜୁନ କପୁର ଥିବା ଖବର ଆସିଥିଲା । ମଲ୍ଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବାରୁ ମଲ୍ଲାଇକା ଏପରି କରିଥିଲେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯେଉଁଥି ପାଇଁ ସଲମାନ ଅର୍ଜୁନଙ୍କ ଉପରେ ରାଗିଥିଲେ ବୋଲି ଖବର ଆସିଥିଲା । ଯାହା ଏବେ ବି ରହିଛି । ସୋନମଙ୍କ ବିବାହ ଭୋଜିରେ ସଲମାନ ସମସ୍ତଙ୍କ ସହ ମିଶିଥିବା ବେଳେ ଅର୍ଜୁନଙ୍କୁ ଦେଖି ମୁହଁ ମୋଡ଼ି ଚାଲି ଯାଇଥିବାର ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର