ସଲମାନଙ୍କ ଗୁମର ଖୋଲିଲେ ଜ୍ୟାକ୍‌, ଏମିତି ଲୋକଙ୍କୁ ଘୃଣା କରନ୍ତି ସଲୁ ମିଆଁ

ମୁମ୍ବାଇ: ଆଜିକାଲି ସଲମାନ ଖାନ ଏବଂ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କର ଖୁବ୍‌ ଭଲ ପଟୁଥିବା ଦେଖିବାକୁ ମିଳୁଛି। କେବେ ବେବେ ସଲମାନ ଜ୍ୟାକ୍‌ଙ୍କ ପ୍ରଶଂସା କରି ଚର୍ଚ୍ଚାରେ ରହିଲେଣି ତ କେବେ ଜାକ୍‌ଲିନ୍‌ କଲେଣି ସଲୁଙ୍କ ସଂପର୍କରେ ଖୁଲାସା। ଜ୍ୟାକ୍‌ ଏକଥା ବି କହିଛନ୍ତି କି ସଲମାନଙ୍କ ତାଙ୍କୁ ସବୁବେଳେ ସମର୍ଥନ କରିଛନ୍ତ। କେବେ କୌଣସି ବି ପ୍ରକାର ଦ୍ୱନ୍ଦ୍ୱ ଆସିଲେ ସେ ପ୍ରଥମେ ସଲମାନଙ୍କୁ ପଚାରନ୍ତି।

ସଲମାନଙ୍କ ବିଷୟରେ ସେ ଗଣମାଧ୍ୟରେ ଖୁଲାସା କରିଛନ୍ତିି ଯେ ଯଦି ଆପଣ ସଲୁଙ୍କ ବନ୍ଧୁ ତାହାଲେ ସେ ଆପଣଙ୍କୁ ତାଙ୍କ ଜୀବନରେ ପ୍ରଥମିକତା ଦେବେ। ତାଙ୍କ ଜୀବନରେ ବନ୍ଧୁମାନଙ୍କର ଖୁବ୍‌ ଗୁରୁତ୍ୱ ରହିଛି। ସେ ନିଜ ବନ୍ଧୁଙ୍କ ଉପରେ ୧୦୦ ପ୍ରତିଶତିରୁ ଊର୍ଧ୍ୱ ଧ୍ୟାନ ଦିଅନ୍ତି। ଛୋଟ ଛୋଟ କଥାର ଧ୍ୟାନ ରଖନ୍ତି। ସେ ଲଗାତର କଲ୍‌ କରି ପଚାରୁଥିବେ କି ସବୁ ଠିକ୍‌ ଅଛି ତ? ତୁମେ ସମସ୍ୟା ସମାଧାନ ହେଲା କି ନାହିଁ? ଜାକ୍‌ଲିନ ଆହୁରି ବି କହିଛନ୍ତି କି ସଲମାନ ସାହାଯ୍ୟ କରିବା ସମୟରେ ସାମ୍ନା ଲୋକର ଶ୍ରେଣୀ ଦେଖନ୍ତି ନାହିଁ। ତାଙ୍କୁ ଫରକ ପଡ଼େ ନାହିଁ ସାମ୍ନା ଲୋକ ଗରିବ କି ଧନୀ, ସଫଳ କି ଅସଫଳ। ସେ କେବଳ ବ୍ୟକ୍ତିର ଅସୁବିଧା ବୁଝନ୍ତି। କାହାରି ଯଦି କୌଣସି ଆବଶ୍ୟକତା ପଡ଼େ ସଲମାନ ତା’ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତ ରଖିଥାନ୍ତି ବୋଲି ଜ୍ୟାକ୍‌ କହିଛନ୍ତି।

ତେବେ ସେ ସଲମାନଙ୍କ ବିଷୟରେ କହିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଲମାନ ସେମାନଙ୍କୁ ଖୁବ୍‌ ଘୃଣା କରନ୍ତ ଯେଉଁମାନେ କେବେ ପରିଶ୍ରମ କରନ୍ତି ନାହିଁ। ବିନା ପରିଶ୍ରମରେ ନିଜ ନାଁର ବ୍ୟବହାର କରି ଫାଇଦା ନେଉଥିବା ବ୍ୟକ୍ତିଙ୍କୁ ସେ ଘୃଣା କରନ୍ତି। ପରିଶ୍ରମୀ ଲୋକ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ। ବିଶେଷ କରି ପରିଶ୍ରମ କରୁଥିବା ଦକ୍ଷ ଲୋକଙ୍କ ଗୁଣ ଚିହ୍ନି ସେମାନଙ୍କୁ ସୁଯୋଗ ଦେବାରେ ସଲମାନ ଧୁରନ୍ଧର। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଜେ ଜୁନ୍‌ ୧୫ ତାରିଖରେ ରେସ୍‌-୩ ଜରିଆରେ ସଲୁ ମିଆଁ ଓ ଜ୍ୟାକ୍‌ଙ୍କୁ ଦର୍ଶକ ଏକତ୍ର ଦେଖିପାରିବେ।

ସମ୍ବନ୍ଧିତ ଖବର