‘ପ୍ରେମ ରତନ ଧନ୍‌ ପାୟୋ’ ଏବଂ ‘ଏକ ଥା ଟାଇଗର’ର ରେକର୍ଡ ଭାଙ୍ଗିଲା ‘ଭାରତ’…

ମୁମ୍ବାଇ : ଇଦ୍‌ ଅବସରରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଭାରତ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ । ଫିଲ୍ମଟି ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ମନ ଜିଣିବା ଆରମ୍ଭ କରିଥିବା ବେଳେ ଏବେ ଏହା ଅନେକ ଫିଲ୍ମର ରେକର୍ଡ ବ୍ରେକ୍‌ କରିଛି । ସବୁଠାରୁ ବଡ଼ କଥା ହେଲା ସଲମାନ ନିଜ ଫିଲ୍ମର ରେକର୍ଡ ଏହି ଫିଲ୍ମ ଦ୍ୱାରା ଭାଙ୍ଗିଛନ୍ତି । ‘ପ୍ରେମ ରତନ ଧନ୍‌ ପାୟୋ’ ଏବଂ ‘ଏକ ଥା ଟାଇଗର’ ଭଳି ଫିଲ୍ମ ବକ୍ସ ଅଫିସରେ ଧମାଲ କରିଥିବା ବେଳେ ଏହି ଦୁଇଟି ଫିଲ୍ମକୁ ପଛରେ ପକାଇ ଆଗକୁ ବଢ଼ିଛି ଫିଲ୍ମ ’ଭାରତ’ ।

MSN.com

ସୂଚନା ମୁତାବକ, ଗତ ଶୁକ୍ରବାର ଫିଲ୍ମଟି ୪କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ୬କୋଟି ଏବଂ ରବିବାର ଫିଲ୍ମର ଆୟ ୬କୋଟିରେ ପହଞ୍ଚିଥିଲା । ଏହି ଦିନ ଗୁଡ଼ିକରେ ଫିଲ୍ମର ଆୟ ଆହୁରି ଅଧିକ ହୋଇଥାନ୍ତା ବୋଲି ଆଶା କରାଯାଉଛି । ରିଲିଜ୍‌ ହୋଇଥିବା ତାରିଖ ଜୁନ୍‌ ୫ରୁ ଜୁନ୍‌ ୧୩ମଧ୍ୟରେ ଫିଲ୍ମଟି ୧୭୨କୋଟି ୧୯ଲକ୍ଷ ଟଙ୍କା ଆୟ କରିଥିଲା । ଦ୍ୱିତୀୟ ସପ୍ତାହ ସୁଦ୍ଧା ଫିଲ୍ମର ଆୟ ୧୮୮କୋଟିରୁ ଅଧିକ ହୋଇ ସାରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର