ଗ୍ୟାରେଜରେ ଯାଇ ପହଞ୍ଚିଲେ ସଲୁ ମିଆଁ, ମିଳିଗଲା ପତ୍ନୀ!

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଦୀର୍ଘ ଦିନ ଧରି ରହି ଆସିଥିବା ସୁପର୍‌ଷ୍ଟାର୍‌ ସଲମାନ ଖାନଙ୍କ ସଂପର୍କରେ ଏମିତି ଏକ କଥା ଶୁଣି କିଏ ବା ଆଶ୍ଚର୍ଯ୍ୟ ନ ହେବ? ୫୦ ବର୍ଷ ବୟସ ଟପିବା ପରେ ବି ବାହା ହେବାର ନାଁ ଧରୁ ନଥିବା ସଲୁ ମିଆଁକୁ ପୁଣି କେଉଁ ଗ୍ୟାରେଜ୍‌ରୁ ପତ୍ନୀ ମିଳିଗଲେ! ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଇତି ମଧ୍ୟରେ ସଲୁ ମିଆଁ ବଲିଉଡ୍‌ରେ ୨୬ ବର୍ଷ ଅତିବାହିତ କରି ସାରିଲେଣି।

ସୋନି ଟିଭିରେ ଆରମ୍ଭ ହୋଇଥିବା ନୂଆ ସୋ’ ‘ଦସ୍‌ କା ଦମ୍‌’ ଲଞ୍ଚି ଅବସରରେ ସଲମାନ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ବିବି ହୋ ତୋ ଏସି’ କୁ ମନେ ପକାଇଛନ୍ତି। ସେ କହିଛନ୍ତି କି ଏହି ଚଳଚ୍ଚିତ୍ରର ଅଫର୍‌ ତାଙ୍କ ପାଇଁ ଏକ ରହସ୍ୟ ପରି । ଏମିତି କେମିତି ହୋଇଗଲା ବୋଲି ଚିନ୍ତା କରି ସେ ଏତେ ବର୍ଷ ପରେ ବି ଆଶ୍ଚର୍ଯ୍ୟ ହେଉଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ସଲୁଙ୍କ ପ୍ରଥମ ଚଳଚ୍ଚିତ୍ର ‘ବିବି ହୋ ତୋ ଏସି’ର ନିର୍ମାତା ଥିଲେ ଜେକେ ବିହାରି।

ତେବେ ନିର୍ମାତା ଏବଂ ସଲମାନଙ୍କୁ ଅନେଇ ଯେଉଁ ଅଜବ କାହାଣୀଟି ରହିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇବ ନିଶ୍ଚୟ। ଜାଣିବାକୁ ମିଳିଛି ଯେ ସେ ସମୟରେ ନିର୍ଦ୍ଦେଶକ ଉକ୍ତ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଅନେକ ନାୟକଙ୍କୁ ରିଜେକ୍ଟ କରି ସାରିଥିଲେ। ସଲମାନଙ୍କ କହିବା ମୁତାବିକ୍‌ ତାଙ୍କ ଘର ନିକଟରେ ଏକ ଗ୍ୟାରେଜ ଥିଲା। ସେହି ଗ୍ୟାରେଜରେ ନିର୍ମାତା ବସିଥିଲେ। ସଲମାନ ସେହି ସମୟରେ ସେ ଗ୍ୟାରେଜ୍‌କୁ ଗଲେ।

ନିର୍ମାତା ସଲମାନଙ୍କୁ କହିଲେ ଯେ ଆମେ ନିଷ୍ପତ୍ତି ନେଇଥିଲୁ କି ଏବେ ଯେଉଁ ଯୁବକ ଏହି ଗ୍ୟାରେଜକୁ ଆସିବ ସେ ହେବ ଆମ ଚଳଚ୍ଚିତ୍ରର ନାୟକ। ସଲମାନଙ୍କ ପରି ହ୍ୟାଣ୍ଡ୍‌ସମ୍‌ ଯୁବକଙ୍କୁ ଦେଖି ନିର୍ମାତା କିଛି ଚିନ୍ତା ନକରି ସଲୁ ମିଆଁଙ୍କୁ ତାଙ୍କ ଚଳଚ୍ଚିତ୍ର ପାଇଁ ଦସ୍ତଖତ କରାଇ ଦେଲେ। ଏହିଭଳି ଭାବେ ସଲମାନଙ୍କ ଅଭିନୟ ଜୀବନୀ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର