ଇନଷ୍ଟାଗ୍ରାମରେ ୩କୋଟି ଛୁଇଁଲା ଦବଙ୍ଗ ଖାନଙ୍କ ଫଲୋୱର୍ସ ସଂଖ୍ୟା

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଅନେକ ସମୟରେ ନିଜ ଫିଲ୍ମ ସହ ନିଜ ବିବାହକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେ ନିଜର ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେମିତିରେ ତାଙ୍କ ଲୋକପ୍ରିୟତା କ‌େତେ ତାହା ସମସ୍ତଙ୍କୁ ଜଣାଥିବା ବେଳେ ଏବେ ଇନଷ୍ଟାଗ୍ରାମରେ ତାଙ୍କ ଫଲୋୱର୍ସ ସଂଖ୍ୟା ୩କୋଟିରେ ପହଞ୍ଚିଥିବା ଜଣା ପଡ଼ିଛି।

ନିଜର ଏହି ଉପଲବ୍ଧିକୁ ନେଇ ଭାଇଜାନ ଖୁବ୍ ଖୁସି ଥିବା ଜଣା ପଡ଼ିଛି। ସବୁବେଳେ କମ କହିବାକୁ ପସନ୍ଦ କରୁଥିବା ଦବଙ୍ଗ ଖାନ୍ ନିଜ ଅନ୍ଦାଜରେ ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ ଭିିଡିଓ ସେୟାର କରି ସେ ଧନ୍ୟବାଦ ଜଣାଇଥିବା ଦେଖାଯାଇଛି। ଭିଡିଓ ସେୟାର କରି ସଲମାନ ଲେଖିଛନ୍ତି, ଉଇ ମା’ ୩୦ମିଲିୟନ, ସମସ୍ତଙ୍କୁ ଧନ୍ୟବାଦ। ସେୟାର କରାଯାଇଥିବା ଭିଡିଓରେ ସେ ଉଭୟ ସଲାମ୍ ଏବଂ ନମସ୍କାର କରୁଥିବା ଦେଖାଯାଇଛି।

 

View this post on Instagram

 

Ouii ma 30 million! Thank u all!

A post shared by Salman Khan (@beingsalmankhan) on

ପେସାଦାର ଜୀବନକୁ ଦେଖିବାକୁ ଗଲେ ଦବଙ୍ଗ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ରାଧେ’କୁ ନେଇ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର