ନିଜ ସୁପର୍‌ଷ୍ଟାର୍‌ ବନିବାର ଶ୍ରେୟ ସଲମାନ ଓ ବାପା ସଲିମ୍‌ ଖାନ୍‌ଙ୍କୁ ଦେଲେ ଶାହାରୁଖ

ମୁମ୍ବାଇ: ପରିବାରର ପୂର୍ବରୁ କେହି ହେଲେ ବଲିଉଡ୍‌ରେ ନଥାଇ ନିଜେ ନିଜର ଅଭିନୟ ଦକ୍ଷତା ବଳରେ ସୁପର୍‌ଷ୍ଟାର୍‌ ବନି ପାରିଥିବା ଅଭିନେତା ଜଣକ ହେଉଛନ୍ତ ଶାହାରୁଖ ଖାନ୍‌। ଜଣେ ଯୁବକ, ଯିଏକି ଅଭିନୟ ନିଶାରେ ଦିଲ୍ଲୀରୁ ଆସି ମୁମ୍ବାଇରେ ପହଞ୍ଚିଥିଲେ। ଟିଭି ସୋ’ ‘ଫୁଜି’ରେ ନିଜ କ୍ୟାରିୟର୍‌ର ମୂଳଦୁଆ ପକାଇଥିଲେ କିଙ୍ଗ୍‌ଖାନ। ଧୀରେ ଧୀରେ ସେ ପାଲଟିଗଲେ ବଲିଉଡ୍‌ର କିଙ୍ଗ୍‌ ଅଫ୍‌ ରୋମାନ୍ସ।

ନିକଟରେ ଶାହାରୁଖ ନିଜର ବିଗତ ଦିନର କଥା ମନେ ପକାଇ ‘ଦସ୍‌ କା ଦମ୍‌୩’ରେ ସଲମାନ ଖାନ ଏବଂ ତାଙ୍କ ବାପା ସଲିମ୍‌ ଖାନ୍‌ଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। କିପରି ସେ ପ୍ରଥମେ ମୁମ୍ବାଇ ଆସିବା ବେଳେ ଖାନ ପରିବାର ତାଙ୍କୁ ସମର୍ଥନ କରିବା ସହ ସହାୟତାର ହାଢ଼ ବଢ଼ାଇଥିଲେ ସେ ସବୁ ମନେ ପକାଇଛନ୍ତି କିଙ୍ଗ୍‌ଖାନ।

୫୨ ବର୍ଷିଅ ଅଭିନେନା ଶାହାରୁଖ କହନ୍ତି, ‘ଜଣେ ଷ୍ଟ୍ରଗଲିଂ ଅଭିନେତା ଭାବେ ମୁଁ ଆସି ମୁମ୍ବାଇରେ ପହଞ୍ଚିଲି। ସଲମାନଙ୍କ ବାପା ସଲିମ୍‌ ଖାନଜୀ ମୋତେ ସେ ସମୟରେ ଖୁବ୍‌ ସାହାଯ୍ୟ କରିଛନ୍ତି। ତାଙ୍କ ପାଇଁ ହିଁ ମୁଁ ଆଜି ଶାହାରୁଖ୍‌ ଖାନ୍‌ ବନି ପାରିଛି। ଏହି ସୋ’କୁ ମୁଁ କେବଳ ସଲମାନଙ୍କ ପାଇଁ ଆସିିଛି। ସେ ଯେଉଁଆଡ଼େ ବି ମୋତେ ଯିବାକୁ କହିବେ ମୁଁ ତାଙ୍କ ସହ ଯିବି।’

ସମ୍ବନ୍ଧିତ ଖବର