‘ଭାରତ’: ସଲମାନ୍‌ ଓ କଟ୍ରିନାଙ୍କ ବିବାହ ଭିଡିଓ ଭାଇରାଲ

ମୁମ୍ବାଇ: ସଲମାନ୍‌ ଖାନ୍‌ଙ୍କ ଫ୍ୟାନମାନଙ୍କୁ ଦୁଇଟି ମୁହୂର୍ତ୍ତର ଅପେକ୍ଷା ରହିଛି। ଗୋଟିଏ ସଲମାନଙ୍କ ସିନେମା ଓ ଦ୍ୱିତୀୟଟି ତାଙ୍କ ବିବାହ କେବେ ହେବ? ସମ୍ପ୍ରତି ସିନେମା ଜରିଆରେ ତ ସଲମାନ୍‌ ତାଙ୍କ ଫ୍ୟାନ୍ସଙ୍କୁ ଟ୍ରିଟ୍‌ ଦେଇ ସାରିଲେଣି କିନ୍ତୁ ବିବାହ ପାଇଁ ବହୁତ ଅପେକ୍ଷା କରାଉଛନ୍ତି।

ସଲମାନ୍‌ଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହିତ ଯୋଡ଼ି ହୋଇ ରହିଛି। ଅନେକ ହିରୋଇନ୍‌ଙ୍କ ସହିତ ସେ ରିଲେସନ୍‌ସିପ୍‌ରେ ବି ରହି ସାରିଛନ୍ତି। କିନ୍ତୁ ବିବାହ କଥା ତାଙ୍କୁ ଯେତେବେଳେ ପଚରା ଯାଇଥାଏ, ତାହାକୁ ସେ ଏଡାଇ ଦେଇ ଥାଆନ୍ତି। ବାସ୍ତବ ଜୀବନରେ ବିବାହକୁ ପଛରେ ଛାଡିଥିବା ବେଳେ ସିନେମା ଦୁନିଆରେ ସଲମାନ୍‌ଙ୍କୁ ଅନେକ ଥର ବିବାହ କରିଥିବା ଦେଖିବାକୁ ମିଳିଛି।

 

 

View this post on Instagram

 

@bharat_thefilm the #wedding #scene fun doing these clothes , styled by @ashley_rebello and Alvira khan agnitotri

A post shared by Ashley Rebello (@ashley_rebello) on

ନିକଟରେ ସଲମାନ ବିବାହ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ସଲମାନ୍‌ଙ୍କ ଡିଜାଇନର ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ ସଲମାନ୍‌ କଟ୍ରିନାଙ୍କୁ ବିବାହ କରୁଥିବା ନଜର ଆସୁଛନ୍ତି ଓ ଅନ୍ୟମାନେ ତାଙ୍କ ଉପରେ ଫୁଲ ପକାଉଛନ୍ତି। ଏହି ଭିଡିଓଟି ସଲମାନ୍‌ଙ୍କ ‘ଭାରତ’ ସିନେମା ସୁଟିଂ ସମୟରେ ରେକର୍ଡ ହୋଇଥିଲା। ଯାହାକି ଏବେ ସାମ୍ନାକୁ ଆସିଛି। ସଲମାନ୍‌ଙ୍କ ଫ୍ୟାନ୍ସଙ୍କ ପାଇଁ ଏହି ଭିଡିଓ କିଛି ଟ୍ରିଟଠାରୁ କମ୍‌ ନୁହେଁ। କିନ୍ତୁ ଏବେ ଅପେକ୍ଷା ସଲମାନ୍‌ ବାସ୍ତବ ଜୀବନରେ କେବେ ବିବାହ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର