ବହୁ ବର୍ଷ ପରେ ଏକତ୍ର ନଜର ଆସିବେ ଡନ୍‌-ସୁଲ୍‌ତାନ: ଖାଲି ସେତିକି ନୁହେଁ ଏବର୍ଷ ଇଦ୍‌ରେ ଦର୍ଶକ ଦେଖିବେ ଶ୍ରୀଦେବୀଙ୍କ ଶେଷ ଚଳଚ୍ଚିତ୍ର!

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ ଭବେ ପରିଚିତ ଅଭିନେତା ଶାହାରୁଖ ଖାନ ଏବଂ ଦବଙ୍ଗବୟ ସଲମାନ ଖାନଙ୍କୁ ବହୁ ବର୍ଷ ପୂର୍ବେ ପରଦାରେ ଏକତ୍ର ଦେଖିଥିଲେ ଦର୍ଶକ। ଏହି ୨ ସୁପର୍‌ଷ୍ଟାର୍‌ ଯଦି ଗୋଟାଏ ଚଳଚ୍ଚିତ୍ରରେ ରୁହନ୍ତି ତେବେ ସେହି ଚଳଚ୍ଚିତ୍ରଟି ହିଟ୍‌ ହେବ କି ଫ୍ଲପ୍‌ ସେ ଦ୍ୱନ୍ଦ୍ୱ ହୁଏତ ଆଉ ଦର୍ଶକଙ୍କ ଭିତରେ ପ୍ରାୟତଃ ରହେ ନାହିଁ। ଯାହା ବି ହେଉ, ପୁଣି ଆସିଲା ସେ ଶୁଭ ଦିନ। ପରଦାରେ ଏକାଠି ଦିଶବେ ଡନ୍‌ ଆଉ ସୁଲ୍‌ତାନ।

ଆପଣ ଜାଣିଥିବେ ହୁଏତ ଚଳିତବର୍ଷ ଇଦ୍‌ରେ ସଲମାନ୍‌ଙ୍କ ‘ରେସ୍‌-୩’ ମୁକ୍ତିଲାଭ କରିବାକୁ ଯାଉଛି। ଏହା କିନ୍ତୁ ସେହି ଚଳଚ୍ଚିତ୍ର ନୁହେଁ, ଯାହା ବିଷୟରେ ଆମେ କଥା ହେଉଛେ। ଆମେ କହୁଛୁ ଶାହାରୁଖଙ୍କ ଅଭିନୀତ ଚଳଚ୍ଚତ୍ର ‘ଜିରୋ’ ସଂପର୍କରେ। ଏହି ଚଳଚ୍ଚିତ୍ରରେ ଶ୍ରୀଦେବୀ କିଛି ସମୟ ପାଇଁ ଅତିଥି କଳାକାର ଭାବେ ନଜର ଆସିଛନ୍ତି। ଆସିଥିବା କିଛି ଜଣ ଅତିଥି କଳାକାରଙ୍କ ମଧ୍ୟରେ ସଲମାନ୍‌ ଅନ୍ୟତମ।

ଅନେକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି ଯେ ସଲମାନ ଏହି ଚଳଚ୍ଚିତ୍ରର ଖାଲି ଏକ ଗୀତରେ ନଜର ଆସିବେ। ମାତ୍ର ବାସ୍ତବ କଥା ହେଲା ସେ କେବଳ ଗୀତ ନୁହେଁ, ଏକ ଦୃଶ୍ୟରେ ବି ଦେଖିବାକୁ ମିଳିବେ।

ଉଲ୍ଲେଖଯୋଗ୍ୟ, ଏହି ‘ଜିରୋ’ ଚଳଚ୍ଚିତ୍ରରେ ଶାହାରୁଖ ଜଣେ ବାମନ ଭୂମିକା ନିଭାଇଛନ୍ତି। ଚଳଚ୍ଚିତ୍ରଟିରେ ଶାହାରୁଙ୍କ ବ୍ୟତୀତ ଅଛନ୍ତି ଅନୁଷ୍କା ଶର୍ମା, କ୍ୟାଟ୍ରିନ୍‌ କୈଫ୍‌। ଚଳିତବର୍ଷ ଡିସେମ୍ବରରେ ଚଳଚ୍ଚିତ୍ରଟି ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର