ଅର୍‌ବାଜ୍‌ଙ୍କ ଉପରକୁ ହାତ ଉଠାଇଲେ ସଲମାନ୍‌ ! ଦବଙ୍ଗ ଫ୍ରାଞ୍ଚାଇଜ୍‌ ଛାଡ଼ିବା ନେଇ ଚର୍ଚ୍ଚା

ମୁମ୍ବାଇ : ବଲିଉଡ୍‍ରେ ଖାନ୍‌ ପରିବାର କହିଲେ ସଲମାନ୍‌ ଖାନଙ୍କ ପରିବାରକୁ ବୁଝାଇଥାଏ । କାରଣ ଖାନ୍‌ ଭାଇମାନଙ୍କର ବେଶ୍‌ କ୍ରେଜ୍‌ ରହିଛି ଜନମାନସରେ । ସଲମାନଙ୍କର ବାହାରେ ଷ୍ଟାଇଲିସ୍‌ ଦେଖାଯାଉଥିଲେ ମଧ୍ୟ ଘରେ ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଏହା ସହ ପରିବାରକୁ କିପରି ଏକଜୁଟ୍‌ କରି ରଖାଯିବ ସେ ନେଇ ସଲମାନ ସବୁବେଳେ ଚେଷ୍ଟା କରି ଆସିଛନ୍ତି । ସଲମାନଙ୍କର ତାଙ୍କ ଭାଇ ଓ ଭଉଣୀଙ୍କ ପାଇଁ ଥିବା ଭଲପାଇବା ଚର୍ଚ୍ଚାରେ ରହି ଆସୁଥିବା ବେଳେ ଏବେ ଅର୍‌ବାଜ୍‌ଙ୍କ ସହ ତାଙ୍କ ସଂପର୍କ ତିକ୍ତ ହୋଇ ଯାଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଅରବାଜ ଆଇପିଏଲ୍‌ ବେଟିଂରେ ସଂପୃକ୍ତ ବୋଲି ଧରାପଡ଼ିବା ପରେ ସଲମାନ୍‌ ଖୁବ୍‌ ରାଗୀ ଯାଇଛନ୍ତି।

bollywood.bhaskar.com

ଏହି ଘଟଣା ପରେ ସଲମାନ ଅର୍‌ବାଜ୍‌ଙ୍କ ଉପରକୁ ହାତ ମଧ୍ୟ ଉଠାଇଥିଲେ ବୋଲି ଚର୍ଚ୍ଚା ହେଉଛି । ଅର୍‌ବାଜ୍‌ ଆଇପିଏଲ୍‌ରେ ବେଟିଂ କରୁଥିବା ଜାଣି ସଲମାନ ରାଗରେ ଅର୍‌ବାଜ୍‌ଙ୍କ ଉପରକୁ ହାତ ଉଠାଇଥିଲେ । କିନ୍ତୁ ତାଙ୍କ ମା’ ସଲମା ମଝିରେ ଆସି ଯିବାରୁ ସଲମାନ ଅଟକି ଯାଇଥିଲେ । କିନ୍ତୁ ଅର୍‌ବାଜ୍‌ ତାଙ୍କ କଥା ନ ଶୁଣିବାରୁ ସଲମାନ ଦବଙ୍ଗ ଫ୍ରାଞ୍ଚାଇଜ୍‌ରୁ ନିଜକୁ ଅଲଗା କରି ଦେଇଥିବା ଜଣାପଡ଼ିଛି । ଆଗରୁ ଦବଙ୍ଗର ଦୁଇଟି ଭାଗରେ ସଲମାନ ଅଭିନୟ କରି ସାରିଥିବା ବେଳେ ଏହାର ତୃତୀୟ ଭାଗରେ ମଧ୍ୟ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଘଟଣା ପରେ ସେ ଦବଙ୍ଗର ତୃତୀୟ ଭାଗ କରିବେ ନାହିଁ ବୋଲି ଜଣାପଡ଼ିଛି । ତେବେ ଏ କଥାରେ କେତେ ସତ୍ୟତା ରହିଛି ତାହା ଆଗକୁ ଜଣାପଡ଼ିବ ।

ସମ୍ବନ୍ଧିତ ଖବର