ଚଳିତବର୍ଷ ଇଦ୍‌ରେ ‘ରାଧେ’; ୨୦୨୧ ଇଦ୍‌ ପାଇଁ ଏହି ଚଳଚ୍ଚିତ୍ରର ଘୋଷଣା କଲେ ସଲୁ ମିଆଁ

ମୁମ୍ବାଇ: ବଲିଉଡ୍‌ର ବ୍ୟସ୍ତ ଅଭିନେତାଙ୍କ ମଧ୍ୟରୁ ସଲମାନ ଖାନ୍‌ ଅନ୍ୟତମ। ସଲମାନଙ୍କ ଗୋଟାଏ ଚଳଚ୍ଚିତ୍ର ରିଲିଜ୍‌ ହେବା ପୂର୍ବରୁ ଆଉ ଏକ ଚଳଚ୍ଚିତ୍ରର ଘୋଷଣା କରିବା ନେଇ ସେ ବେଶ୍‌ ପରିଚିତ। ଆପଣ ଜାଣିଥିବେ ସଲମାନ ତାଙ୍କର ‘ଦବଙ୍ଗ-୩’ ଚଳଚ୍ଚିତ୍ର ରିିଲିଜ୍‌ ପୂର୍ବରୁ ତାଙ୍କ ପରବର୍ତ୍ତୀ ଚଳଚ୍ଚିିତ୍ର ‘ରାଧେ’ ପାଇଁ କାମ ଆରମ୍ଭ କରିଥିଲେ। ‘ରାଧେ’ ଚଳଚ୍ଚିତ୍ର  ଚଳିତବର୍ଷ ଇଦ୍‌ରେ ମୁକ୍ତିିଲାଭ କରିବ। ସେତିକି ନୁହେଁ, ୨୦୨୧ ମସିହା ଇଦ୍‌ରେ କେଉଁ ଚଳଚ୍ଚିତ୍ର ରିଲିଜ୍‌ ହେବ ତାହା ବି ସଲମାନ ଘୋଷଣା କରି ସାରିଛନ୍ତି। ଜାଣିବାକୁ ମିଳିଛି ଯେ ଆସନ୍ତାବର୍ଷ ଇଦ୍‌ରେ ସଲମାନଙ୍କ ଅଭିନୀତ ‘କଭି ଇଦ୍‌ କଭି ଦିୱାଲି’ ମୁକ୍ତିଲାଭ କରିବ।

‘କଭି ଇଦ୍‌ କଭି ଦିୱାଲି’ ଚଳଚ୍ଚିତ୍ରଟିକୁ ଲେଖିଛନ୍ତି ଓ ପ୍ରଯୋଜନା ଦେଇଛନ୍ତି ସାଜିଦ୍‌ ନାଦିଆଦୱାଲା। ‘ହାଉସ୍‌ଫୁଲ୍‌-୪’ ଚଚ୍ଚଚିତ୍ରର ନିର୍ଦ୍ଦେଶକ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ବୋଲି ଜାଣିବାକୁ ମିଳିଛି।

ସଲମାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରର ଘୋଷଣା କରିବାକୁ ସେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ର ସହାୟତା ନେଇଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ମୋର ପରବର୍ତ୍ତୀ ଚଳଚ୍ଚିତ୍ର ‘କଭି ଇଦ୍‌ କଭି ଦିୱଲି’ର ଘୋଷଣା କରୁଛି। କାହାଣୀ ଓ ପ୍ରଯୋଜନାରେ ସାଜିଦ୍‌ ନାଦିଆଦୱାଲା। ନିର୍ଦ୍ଦେଶନାରେ ଅଛନ୍ତି ଫର୍‌ହାଦ ସାମ୍‌ଜୀ। ଇଦ୍‌, ୨୦୨୧’।

ଉଲ୍ଳେଖଯୋଗ୍ୟ, ଚଳିତବର୍ଷ ଇଦ୍‌ରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ରାଧେ’ ଚଳଚ୍ଚିତ୍ରର ଘୋଷଣା ସଲୁ ମିଆଁ ୨୦୧୯ ଅକ୍ଟୋବର ମାସରେ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା।

ସମ୍ବନ୍ଧିତ ଖବର