ଜେଲ୍‌ରୁ ବାହାରି ଫ୍ୟାନ୍‌ଙ୍କୁ ମନୋରଞ୍ଜନ କରାଇବାକୁ ଭାଇଜାନ ପ୍ରସ୍ତୁତ, ଆରମ୍ଭ ହୋଇଯାଇଛି ‘ଭରତ’ର ସୁଟିଂ କାର୍ଯ୍ୟ

ମୁମ୍ବାଇ: ସଲମାନ ଖାନଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭରତ’ର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ନିର୍ଦ୍ଦେଶକ ଅଲି ଆବାସ ଜଫର ପ୍ରଥମ ଦିନର ଏକ ସୁଟିଂ ସେଟ୍‌ ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରଛନ୍ତି। ତେବେ ଦର୍ଶକମାନଙ୍କ ପାଇଁ ଅନ୍ୟତମ ସର୍‌ପ୍ରାଇଜ୍‌ ହେଉଛି ବହୁ ବର୍ଷ ପରେ ସଲମାନଙ୍କ ସହ ନଜର ଆସିବେ କୋ-ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା। ଏହି ଚଳଚ୍ଚିତ୍ରରେ ସଲମାନଙ୍କ ବିପକ୍ଷରେ ପ୍ରିୟଙ୍କା ଅଭିନୟ କରୁଛନ୍ତି ବୋଲି ଏକ ପ୍ରକାର ଥୟ ହୋଇଛି। ଚଳଚ୍ଚିତ୍ର ବିଷୟରେ ନିର୍ଦ୍ଦେଶକ ଟୁଇଟ୍‌ କରିଛନ୍ତି ଯେ ‘ଭରତ ହେଉଛି ଜଣେ ଲୋକ ଓ ଗୋଟିଏ ଦେଶର ମିଳିତ ଯାତ୍ରା’ ଉପରେ ଆଧାରିତ ଚଳଚ୍ଚିତ୍ର। ତେବେ ଆଶା କରାଯାଉଛି ନିର୍ଦ୍ଦେଶକ ଅଲିଙ୍କ ପୂର୍ବ ଚଳଚ୍ଚିତ୍ର ‘ସୁଲତାନ’ରେ ସଲମାନ ଦର୍ଶକଙ୍କୁ ଜବରଦସ୍ତ ଅଭିନୟ ଦେଖାଇ ହେପରି ମୋହିତ କରିଥିଲେ ଏହି ଚଳଚ୍ଚିତ୍ରରେ ବି ସେପରି ଘଟିବ।

ଉଲ୍ଲେଖଯୋଗ୍ୟ, ବିଜି ଗର୍ଲ ପ୍ରିୟଙ୍କା ତାଙ୍କର ରିୟଲିଟି ସୋ’ ‘କ୍ୱାଣ୍ଟିକୋ’ର ତୃତୀୟ ସିଜିନ୍‌ ସୁଟିଂ କାର୍ଯ୍ୟ ସାରି ଚଳଚ୍ଚିତ୍ର ପାଇଁ ନିଜକୁ ପ୍ରସ୍ତୁତ କରିଥିବା ବେଳେ ସଲୁ ମିଆ ତାଙ୍କ ସୋ’ ‘ଦସ୍‌କା ଦମ୍‌’, ‘ବିଗ୍‌ ବସ୍‌ ସିଜିନ-୧୨’ ସହ ଚଳଚ୍ଚିତ୍ର ‘ରେସ୍‌-୩’ର ବି ସୁଟିଂ କାର୍ଯ୍ୟ ପ୍ରାୟ ସାରି ଦେଇଛନ୍ତି।

ସମ୍ବନ୍ଧିତ ଖବର