କ୍ୟାଟ୍ରିନାଙ୍କ ସମ୍ମୁଖରେ ନିଜ ବିବାହକୁ ନେଇ ପଚରାଯାଇଥିବା ପ୍ରଶ୍ନର ଏଭଳି ଭାବରେ ଉତ୍ତର ରଖିଲେ ସଲମାନ ଖାନ୍‌

ମୁମ୍ବାଇ: ନିଜ ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ବଲିଉଡ଼୍‍ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ସେ କେବେ ଏବଂ କାହାକୁ ବିବାହ କରିବେ ସେ ନେଇ ବଲିଉଡ଼୍‍ରେ ସବୁ ବେଳେ ଚର୍ଚ୍ଚା ଲାଗି ରହିଥାଏ । ଅନେକ ସମୟରେ ବିବାହ ବିଷୟରେ ବଲିଉଡ଼୍‍ ଅଭିନେତା ସଲମାନଙ୍କୁ ପଚରାଗଲେ ସେ ସେହି ପ୍ରଶ୍ନର ଉତ୍ତର ରଖନ୍ତି ନାହିଁ । ଏବେ ସଲମାନ ଖାନ୍‌ ଅଟଲାଣ୍ଟାରେ ଦ ବ୍ୟାଙ୍ଗ ଟୁର୍‌ରେ ବ୍ୟସ୍ତ ଅଛନ୍ତି । ଏହି ଟୁର୍‌ରେ ତାଙ୍କ ସହ ଅଛନ୍ତି କ୍ୟାଟ୍ରିନା କୈଫ୍‌, ଜାକ୍‌ଲିନ୍‌ ଫର୍ଣ୍ଣାଡ଼ିଜ୍‌, ଗୁୁରୁ ରନ୍ଧାଓ୍ଵାଙ୍କ ସମେତ ଆହୁରି ଅନେକ କଳାକାର ମଧ୍ୟ ସାମିଲ ଥିବା ଜଣା ପଡ଼ିଛି ।

bollywoodbubble.com

କିଛି ଦିନ ତଳେ ଅଭିନେତା ସଲମାନ ଖାନ୍‌ ଦ ବ୍ୟାଙ୍ଗ ଟୁର୍‌ର ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହ ଉପସ୍ଥିତ ଥିଲେ କ୍ୟାଟ୍ରିନା କୈଫ୍‌ ଏବଂ ଜାକ୍‌ଲିନ୍‌ ଫର୍ଣ୍ଣାଡ଼ିଜ୍‌ । ସବୁ ଥର ଭଳି ଏଥର ମଧ୍ୟ ସଲମାନଙ୍କୁ ତାଙ୍କ ବିବାହ ବିଷୟରେ ପଚରାଯାଇଥିଲା । ଜଣେ ସାମ୍ବାଦିକା ତାଙ୍କୁ ଭାଇ, ଏବେ ତ ବୀରେ ଦି େଓ୍ଵଡ଼ିଙ୍ଗ ବି ରିଲିଜ୍‌ ହୋଇଗଲା । ଆପଣ କେବେ ବିବାହ କରିବେ ଏବଂ ଭାଉଜ କେବେ ଆଣିବେ ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖି ଭାଉଜ ଆସିବା ପାଇଁ ଆହୁରି ଅନେକ ସମୟ ଅଛି । ଯଦି ତୁମେ ଭାଇ ନ କହିଥାନ୍ତ, ତା’ହେଲେ ଆଜି ହିଁ ସମସ୍ତଙ୍କୁ ଭାଉଜ ମିଳି ଯାଇଥାନ୍ତା ବୋଲି ସଲମାନ ହସି ହସି ଉତ୍ତର ରଖିଥିଲେ । ସଲମାନଙ୍କ ଏହି ଉତ୍ତର ଶୁଣିବା ପରେ ଉପସ୍ଥିତ ଥିବା ସମସ୍ତ ଲୋକ ହସିବା ଆରମ୍ଭ କରିଥିଲେ । ସୂଚନା ମୁତାବକ,ଦ ବ୍ୟାଙ୍ଗ ଟୁର୍‌ ପରେ ସଲମାନ ନିଜର ଆଗାମୀ ଫିଲ୍ମ ଭାରତର ସୁଟିଂ ଆରମ୍ଭ କରିବେ । ଏହି ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ୱରେ ଅଲ୍ଳି ଅବ୍ଦାସ ଜଫର ଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ କେତେ ଧମାଲ ମଚାଇବ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର