ସଲମାନଙ୍କୁ କରୋନା ଭୟ: ଥାଇଲାଣ୍ଡରେ ହେବାକୁ ଥିବା ଫିଲ୍ମ ‘ରାଧେ’ର ସୁଟିଂ ବାତିଲ କଲେ ଭାଇଜାନ୍‌..

ମୁମ୍ବାଇ: କରୋନା ଆତଙ୍କ ପାଇଁ ଏବେ ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ବଡ଼ ବଡ଼ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି। ଦିନକୁ ଦିନ ଏହା ବ୍ୟାପିବାରେ ଲାଗିଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ନିରାକରଣ ପାଇଁ କୌଣସି ଔଷଧ ବାହାର କରାଯାଇ ପାରିନାହିଁ। ଦରକାର ନଥିଲେ ବାହାରକୁ ନଯିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଉଥିବା ବେଳେ ଏବେ ସଲମାନଙ୍କ ଫିଲ୍ମ ଉପରେ ଏହାର ପ୍ରଭାବ ପଡ଼ିଥିବା ଜଣା ପଡ଼ିଛି। କରୋନ ସଂକ୍ରମଣକୁ ଦେଖି ସଲମାନ ଏବେ ନିଜର ଆଗାମୀ ଫିଲ୍ମ ‘ରାଧେ’ର ସୁଟିଂକୁ ବାତିଲ କରିଛନ୍ତି।

Image result for salman-khan-cancelled-radhe-thailand-shoot-because-of-coronavirus-shared-shirtless-photo
Bollywood Hungama

ଫିଲ୍ମର ସୁଟିଂ ଥାଇଲାଣ୍ଡରେ ହେବାକୁ ଥିବା ବେଳେ ଏହାକୁ ବାତିିଲ କରି ଦେଇଛନ୍ତି ସଲମାନ। ମିଳିଥିବା ସୂଚନା ମୁତାବକ, ସଲମାନଙ୍କୁ ଫିଲ୍ମର ସୁଟିଂ ପାଇଁ ଥାଇଲାଣ୍ଡ ଯିବାର ଥିଲା। କିନ୍ତୁ ବର୍ତ୍ତମାନ କରୋନା ଭାଇରସକୁ ନେଇ ପରିସ୍ଥିତି ଗମ୍ଭୀର ଥିବାରୁ ସଲମାନ ଥାଇଲାଣ୍ଡ ସୁଟକୁ ବାତିଲ କରିଛନ୍ତି। ଥାଇଲାଣ୍ଡରେ ହେବାକୁ ଥିବା ଦୃଶ୍ୟର ସୁଟିଂ ଏବେ ମୁମ୍ବାଇରେ କରାଯିବ ବୋଲି ଜଣା ପଡ଼ିଛି। ତେବେ ଥାଇଲାଣ୍ଡରେ ହେବାକୁ ଥିବା ସୁଟିଂ ବାତିଲ କରାଯାଇଥିବା ନେଇ ଅଧିକାରୀକ ଭାବେ କୌଣସି ଘୋଷଣା କରାଯାଇ ନାହିଁ।

ସମ୍ବନ୍ଧିତ ଖବର